STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ଉତ୍କଳ ମା'ର ଟେକ

ଉତ୍କଳ ମା'ର ଟେକ

1 min
198

ଆସ ଆସରେ ପିଲେ ପଢିବା ଆମେ ପାଠ

ପାଠ ପଢିଲେ ଆମେ ହେବା ଉତ୍ତମ ଚାଟ।

ଚାଟ ପାଇଲେ ଗୁରୁଦୀକ୍ଷା ହୋଇବେ ଦିନେ ବଡ

ବଡ଼ ହୋଇଲେ ହେବ ସିଏ ଶିକ୍ଷକ ଧରି ଛଡ଼।

ଛଡ଼ ନ ଧରି କେହି ପୁଣ ଡାକ୍ତର ହେଲେ ଯାଇ

ଯାଇ କରିବ ରୋଗୀ ସେବା ସର୍ବଦା ଧାଇଁ ଧାଇଁ।

ଧାଇଁ ଚିକିତ୍ସା କରୁଥିବ ଗରିବ ଧନୀ ସବୁ

ସବୁ କାମରେ ଧ୍ୟାନ ଦେବ ନ କରି ହେଳା ବାବୁ।

ବାବୁ ଯାହା ବି କାମ ହେଉ ଉତ୍ତମ ଭାବେ କର

କର କରମ ସଦାକାଳେ ଈଶ୍ୱର ଦେବେ ବର।

ବର ଦାତାଙ୍କ ପାଦ ଛୁଇଁ କହିବା ଆମେ ସତ୍ୟ

ସତ୍ୟ ପଥରେ ସଦା ଚାଲି କରିବା କର୍ମ ନିତ୍ୟ।

ନିତ୍ୟ ନିୟମ ମାନି ଆମେ ନ ଛାଡି ଧର୍ମ ପଥ

ପଥ ହୁଡ଼ିବା ନାହିଁ କେବେ ଆସିଲେ ଝଡ଼ ବାତ।

କରି କରମ ରଖି ଯିବା ଉତ୍କଳ ମା'ର ଟେକ

ତାର ସମ୍ମାନ ପାଇଁ ସଦା ହାଣକୁ ଦେବା ବେକ।

ଭୁଲି ଯିବାନି କେବେ ମାଆ ମାଟିର ମାନ ସଦା

ସଦା ରଖିବା ତାର ଟେକ ନମାନି କିଛି ବାଧା।



Rate this content
Log in

Similar oriya poem from Inspirational