STORYMIRROR

ରୀକ୍ଷିରାମ ମେହେର

Children Stories Romance

3  

ରୀକ୍ଷିରାମ ମେହେର

Children Stories Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
222


ପ୍ରଥମ ଦେଖାରେ ହେଲି ମୁଁ ଦିବାନା

                  ଦେଖି ତମ ନୀଳ ଆଖିର ଚାହାଣି,

ଜିଣି ନେଲା ମୋତେ ମୋ ହୃଦୟ

               ଓଠରୁ ଝରୁଥିବା ତୁମ ମହୁ ରାଗିଣୀ,

ଶରୀରେ ମୋ ଶିହରଣ ଖେଳିଗଲା

               ଦେଖି କୋମଳ ଅଙ୍ଗେ ଲେପା ହଳଦୀ,

ଭିଜି ଯାଉଥିଲି ଅଦିନିଆ ବର୍ଷାରେ

               ଦେଖି ଘନ କଳା ବାଦଲ କେଶରାଶି,

ମୋହି ନେଉଥିଲା ମନକୁ ମୋର

                ଗୋଲାପୀ କଢିର ତମ ଗାଲ ରୂପସି,

ଉଡି ଯିବା ପାଇଁ ଇଚ୍ଛା ହେଉଥିଲା

               ସତେକି ସ୍ୱର୍ଗର ସୁନ୍ଦରୀ ଉର୍ବଶୀ ଭାବି,

ପାଗଳ ହେଉଥିଲି ମୁଁ ଦେଖି ତମ

              ଅଙ୍ଗ ଭଙ୍ଗ ମୃଦୁ ମଳୟ ହସକୁ ଦେଖି,

କ୍ଷଣିକ ସମୟ ପାଇଁ ମୁଁ ମୋ ନିଜକୁ

                 ହଜାଇ ଦେଲି ତମକୁ ପାଖରେ ପାଇ,

ଆଜିବି ଅପେକ୍ଷା ରତ ତମ ପାଇଁ

                ଚାତକ ପକ୍ଷୀ ସଦୃଶ୍ୟ ତମ ପଥ ଚାହିଁ,

କହିବ କି ମୋ ମନର ମୟୂରୀ ସଖି

                ସତେ କଣ ପ୍ରଥମ ଦେଖା ସତ ହବକି,

ପ୍ରଥମ ଦେଖା କେବେ ଭୁଲି ହୁଏନା

                ଭାବୁଛି ମୁଁ ସ୍ବପ୍ନ ଅବା କଳ୍ପନା ଦୃଶ୍ୟଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍