STORYMIRROR

ରୀକ୍ଷିରାମ ମେହେର

Romance

3  

ରୀକ୍ଷିରାମ ମେହେର

Romance

ମନ କଥା

ମନ କଥା

1 min
418

କହିବାର ଥିଲା କହି ପାରିଲିନି

  ସମୟ ଆସିଲେ କହିବି 

କହିଦେଲେ କାଳେ ଭାଙ୍ଗିଦେବ ମନ

  ଡରି ଗଲି ମନେ ଭାବି।


କାଳେ ମନା କରିଦେବ ମୋ କଥାକୁ

  ମନ ହେଇଯିବ ଉଣା 

କହିବା ଆଗରୁ ଶହେ ଥର ଭାବି

 ମନ ହେଲେ ବାଟ ବଣା।


ପ୍ରଥମ ଦେଖାରେ ପ୍ରଥମ ଛୁଆଁରେ 

  ଜିଣି ନେଲ ମୋର ମନ 

ଦେଖିଲା ଦିନଠୁଁ କଲ ବଲ ହୁଏ

  ତୁମ କଥା ଭାବି ଧନ।


ମନକଥା ଖୋଲି କହି ପାରୁ ନାହିଁ

  ମନରେ ଭରି ସଂଶୟ 

କହିବାକୁ ତୁମେ ସାହସ ଭରିଲେ

  କହିବି ତାହା ନିଶ୍ଚୟ।


କାହିଁକି କେ ଜାଣି ତୁମକୁ ଦେଖିଲା ପରେ

   ମନ ଜମା ମାନୁ ନାହିଁ 

କାହିଁକି କେ ଜାଣି ପାଗଳ ସାଜିଣ ଆଜି 

   ଖୋଜୁଛି ତୁମକୁ ମୁହିଁ।


କହି ପାରୁ ନାହିଁ ମନ ଆବେଗତା

 କାବିତାରେ ଲେଖି ଦେଲି 

କବିତା ପଢି ବୁଝି ପାରିଛ ଯଦି

  କହି ଦେବ ମନ ଖୋଲି।


କାବିତାରେ ଅଛି ମୋର ମନ କଥା

  ଖୋଜିବାକୁ ଚେଷ୍ଟା କର 

ଖୋଜି ପାଇଲ ଯଦି ମୋ ମନ କଥା

  ଲେଖାରେ ଦେବ ଉତ୍ତର।


ଉତ୍ତର ପାଇବା ଆଶାରେ ତୁମକୁ

  ଅପେକ୍ଷା କରିଛି ମୁହିଁ 

ଉତ୍ତର ପାଇଲେ ଆତ୍ମ ଶାନ୍ତି ହେବି

  ସାର୍ଥକ ହେବି ମୁଁ ତହିଁ।


ଅନେକ ସମୟ ଅପେକ୍ଷା କରିଲି 

 ଉତ୍ତର ଉତ୍ତର ଆସିଲା ନାହିଁ 

ଅପେକ୍ଷା କରି ମୁଁ ନିରାଶ ହୋଇଣ

 ନିଜ ଲୁହକୁ ନିଜେ ଗଲି ପିଇ।


ଆଶା ରଖି ଅଛି ସୁପ୍ରଭାତରେ

 ପାଇବି ଖୁସି ଖବର  

ସୂର୍ଯ୍ୟୋଦୟକୁ ଅପେକ୍ଷା କରିଛି

 ଘେନ ଶୁଭରାତ୍ରି ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance