STORYMIRROR

ରୀକ୍ଷିରାମ ମେହେର

Classics Inspirational Others

3  

ରୀକ୍ଷିରାମ ମେହେର

Classics Inspirational Others

ସବୁ ସମ୍ପର୍କରେ ଥାଏ ସମାନତା

ସବୁ ସମ୍ପର୍କରେ ଥାଏ ସମାନତା

1 min
214

ସବୁ ସମ୍ପର୍କରେ ନ ଥାଏ ସମାନତା

ଆମେ ସମସ୍ତେ ସମସ୍ତଙ୍କ

             ପାଇଁ ନୁହଁଇ ସମାନ।

କିଏ କାହା ସହ ରଖିଥାନ୍ତି

            ମନେ ମାନ ଅଭିମାନ।

କାହା ହୃଦୟେ ଆମେ ରହୁ

      କିଏ ଆମ ହୃଦୟେ ରୁହନ୍ତି।

ସମ୍ପର୍କ ଡୋରିରେ ସମସ୍ତ

         ସମାନତା ରେ ନ ରହନ୍ତି।

କଥାରେ କହନ୍ତି ସମସ୍ତେ

         ଛନ୍ଦ କବିତା ମାଧ୍ୟମରେ।

ଯାହା ମନ ଯାହାକୁ ରସିଲା

      ତାକୁ ସିଏ କଲା ଆପଣାର ।

ଭାବ ସମ୍ପର୍କ ସମସ୍ତ ପାଇଁ

       ଯିଏ ଯାହାକୁ କଲା ନିଜର।

ରଖ ନାହିଁ ମନରେ ସଂକୋଚ

         ପର ବି ହୁଏ ଅତି ନିଜର।

ପର ଆପଣା ସମସ୍ତ ଜନ

       ପ୍ରଭୁଙ୍କ ସୃଷ୍ଟିରେ ସମତୁଲ

ହୃଦୟ ଭାବ ରଖିଲେ ସର୍ବେ

      ହେବ ନାହିଁ ମଣିଷ କଳହ।

ହସ ଖୁସିରେ ଜୀବନ ଜିଇଁ

      ସମସ୍ତଙ୍କୁ ଅପଣେ ଇ ନେବା

ତେବେ ଯାଇ ଆମେ ସଂସାରରୁ

      ଜୀବନ ଯନ୍ତ୍ରଣା ପାରି ହେବା।

ରଖ ନାହିଁ ମନରେ ସଂକୋଚ

         ପର ବି ହୁଏ ଅତି ନିଜର।

ସମସ୍ତେ ସମସ୍ତଙ୍କୁ ଗ୍ରହଣ

       କଲେ ଦୁନିଆଁକୁ ଜିତି ଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics