ସ୍ବାଧୀନତା ସଂଗ୍ରାମୀଙ୍କ ଗାଥା
ସ୍ବାଧୀନତା ସଂଗ୍ରାମୀଙ୍କ ଗାଥା
ଉଣେଇଶ ଶହ ସତଚାଳିଶ ମସିହା
ଅଗଷ୍ଟ ପନ୍ଦର ତାରିଖ,
ଅମଦେଶ ଭାରତ ହୋଇଥିଲା ସ୍ୱାଧୀନ
ଆଜି ସେହି ଦିନଟି ଦେଖ।1।
ଫର ଫର ଉଡେ ଆମ ତ୍ରିରଙ୍ଗା ପତାକା
ଶୋଭା ଦିଶେ ତିନି ରଙ୍ଗରେ,
ସ୍ଵାଧୀନତା ଆଣିଲେ କେତେ ମହାପୁରୁଷ
ପ୍ରାଣ ଦେଲେ ଦେଶ ପ୍ରେମରେ।2।
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଗଢିଥିଲେ
ନିଜେ ଆଜାଦ ହିନ୍ଦ ଫୌଜ,
ଇଂରେଜ ବିରୁଦ୍ଧରେ ଲଢେଇ କରି ସିଏ
ଧରିଥିଲେ ବୀରତ୍ୱ ଧ୍ୱଜ।3।
ଝାଂସିରାଣୀ ଲକ୍ଷ୍ମୀବାଇ ହାତେ ଧରି ଖଣ୍ଡା
କଲେ ଇଂରେଜ ସହ ଯୁଦ୍ଧ,
ଦେଶରକ୍ଷା ପାଇଁ ଇଂରେଜ ବିରୁଦ୍ଦେ ଲଢ଼ି
ପ୍ରାଣ କରିଥିଲେ ଉସର୍ଗ।4।
ଚନ୍ଦ୍ର ଶେଖର ଆଜାଦ ତାନ୍ତିଆ ଟୋପେ ଯେ
ବିଦ୍ରୋହ କରିଥିଲେ କେତେ,
ଦେଶପ୍ରେମ ଭକ୍ତିରେ ହସି ହସି ଜୀବନ
ଫାସିରେ ଝୁଲିଗଲେ ଯେତେ।5।
ଉତ୍କଳର ବୀର ସୁରେନ୍ଦ୍ର ସାଏ ଯୋଦ୍ଧା ସେ
ସହସ୍ର ଇଂରେଜକୁ ମାରି,
ବଣରେ ସିଏ ପୋଡି ଦେଇଥିଲେ ନିଆଁରେ
ପାହାଡ଼ ସମାନ ସଜେଇ।6।
ବୈତରଣୀ କୂଳରେ ବାଜି ରାଉତ
ଡ଼ଙ୍ଗା ସେ ପାରି କରୁ ଥିଲା,
ଇଂରେଜଙ୍କୁ ନଦୀ ପାରି ପାଇଁ ମନାକରି
ଛାତି ପତେଇ ପ୍ରାଣ ଦେଲା।7।
ଚନ୍ଦ୍ର ଶେଖର ଆଜାଦ ତାନ୍ତିଆ ଟୋପେ ଯେ
ବିଦ୍ରୋହ କରିଥିଲେ କେତେ,
ଦେଶପ୍ରେମ ଭକ୍ତିରେ ହସି ହସି ଜୀବନ
ଫାସିରେ ଝୁଲିଗଲେ ଯେତେ।8।
ଚାହିଁଥିଲେ ଗାନ୍ଧୀ ଜି ବଞ୍ଚେଇ ପାରି ଥାନ୍ତେ
ଓକିଲାତି ସହାରା ନେଇ,
ବାରିଷ୍ଟର କରିଥିଲେ ନିଜ ସ୍ୱାର୍ଥ ପାଇଁ
ଅହିଂସାର ପାଠ ପଢ଼େଇ।9।
ଅହିଂସା ମାର୍ଗରେ ମିଳିନାହିଁ ସ୍ୱାଧୀନତା
ମିଥ୍ୟା ଅଟେ ଗାନ୍ଧୀ ଚରଖା,
ସତ୍ୟ ତଥ୍ୟ ଅଛି ଲେଖା ଖୋଜିଲେ ପାଇବ
ଗାଉଛି ମୁଁ ସତ୍ୟର ଗାଥା।10।
ସ୍ୱଧିନତା ସଂଗ୍ରାମୀଙ୍କ ଅନେକ କାହାଣୀ
ଦିଆଯାଇଛି ଲୁଚେଇ,
ମିଥ୍ୟା କହିଲେ ଗାନ୍ଧୀ ଆଣିଲେ ସ୍ୱାଧୀନ
ଅହିଂସା ଚରଖା ଚଳେଇ।11।
ଫାସୀ ଖୁଣ୍ଟରେ ଝୁଲିଲେ ଯେତେ କ୍ରାନ୍ତିକାରୀ
ଦେଲେ ତାଙ୍କୁ ଲୁଚେଇ,
କେମିତି ହୋଇଲେ ଗାନ୍ଧିଜୀ ଜାତିର ପିତା
କହନ୍ତୁ ମୋତେ ବୁଝାଇ।12।
