STORYMIRROR

ରୀକ୍ଷିରାମ ମେହେର

Others

4  

ରୀକ୍ଷିରାମ ମେହେର

Others

ହାଏରେ କୋରୋନା

ହାଏରେ କୋରୋନା

1 min
183


ହାଏରେ କରୋନା ଆସିଛୁ ତୁହି

     ଚାଇନା ଊହାନ ସହରରୁ ରୋଗ ଅଜଣା,

ଆସିଲା ପରେ ଦୁନିଆକୁ କରିଛୁ

     ମଣିଷ ଜୀବନ ବଞ୍ଚିବାର ରାସ୍ତା ବାଟବଣା ।

ଅଜଣା ରୋଗ ଆଖିରେ ନଦିଶୁ

   ଜଣ ଜଣ କରି ସଂକ୍ରମିତ କରି ମାଡି ଚାଲିଛୁ,

ଜଣେ କରୋନା ଆକ୍ରାନ୍ତ ହୋଇ

     ଆଉ ଅନ୍ୟ ଜଣକୁ ସମ୍ପର୍କ ହୋଇ ବଢୁଛୁ।

ହାଏରେ କରୋନା ତୁ ଆସିଲୁ

      ଆମ ଜୀବନ ଜୀବିକାର ବାଧକ ହୋଇ,

ତୋପାଇଁ କେତେ ଲୋକ ମଲେ

    କର୍ମକ୍ଷେତ୍ର ଯାଇ ନ ପାରି ଅନାହାର ହୋଇ ।

ଜୀବନ ଜୀବିକା ପରିବର୍ତ୍ତନ କଲୁ 

   ନିଜ ଜୀବନ ବଞ୍ଚେଇ ସଂସାରେ ରହିବା ପାଇଁ

ସାଙ୍ଗସାଥି ବନ୍ଧୁବାନ୍ଧବ ଜନଗହଳି 

    ତ୍ୟାଗ କରି ଦେଲୁ ତୋତେ ରୋକିବା ପାଇଁ ।

ହାଏରେ କରୋନା ଅଦୃଶ୍ୟ ରୋଗ

     ତୋ ଠାରୁ ବଞ୍ଚିବା ପାଇଁ ଅଛି ଆମରି ଅସ୍ତ୍ର,

ତିନି ମିଟର ବ୍ୟବଧାନ ଜନଗହଳି 

    ପଦାକୁ ଗଲେ ଆମେ ପିନ୍ଧିବୁ ମୁହଁ ରେ ମାସ୍କ ।

ବାହାରୁ ଆସି ଘର ପ୍ରବେଶ କଲେ

   ହାତ ପାଦ ସେନେଟାଇଜରେ ଧୋଇବା ଆମ,

ପନିପରିବା ସଫା ପାଣିରେ ଧୋଇ 

    ରୋଷେଇ କରି ଖାଇବା ସୁରକ୍ଷା ପାଇଁ ଜାଣ ।

କାଶ ଛିଙ୍କ ହେଲେ ତିନି ମିଟର

   ବ୍ୟବଧାନରେ କରିବା ସମସ୍ତଙ୍କ ସୁରକ୍ଷା ପାଇଁ,

ଜ୍ୱର ଅବା ଥଣ୍ଡା ହେଲେ ଆମ ଦେହ

   ସ୍ୱାସ୍ଥ୍ୟକେନ୍ଦ୍ର ଯିବା ରକ୍ତ ପରୀକ୍ଷା କରିବା ପାଇଁ।

ଯଦି ହୋଇଥିବ କରୋନା ଚିହ୍ନଟ

   ପରିବାର ଠୁ ଅଲଗା ରହିବା ସୁସ୍ଥ ହେବା ଯାଏଁ,

କରୋନା ଟୀକା ନେବୁ ଶରୀରେ

   ନିଜ ଜୀବନ ବଞ୍ଚେଇ ନିରୋଗ ରହିବା ଆମେ ।

ହାୟରେ କରୋନା ଲଢ଼ିବୁ ଆମେ 

   ନିଜେ ନିଜକୁ ସାବଧାନ କରି ଜନକଲ୍ୟାଣ ଏହି,

ଆସ ଆମେ ସମସ୍ତେ ପଣ କରିବା

  ସରକାର କରୋନା କଟକଣା ନିୟମ ପାଳନକରି ।



Rate this content
Log in