STORYMIRROR

ରୀକ୍ଷିରାମ ମେହେର

Classics Inspirational

3  

ରୀକ୍ଷିରାମ ମେହେର

Classics Inspirational

ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଗାଥ

ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଗାଥ

1 min
203


ଉଣେଇଷ ଶହ ସତଚାଳିସ ମସିହା 

            ଅଗଷ୍ଟ ପନ୍ଦର ତାରିଖ,

ଅମଦେଶ ଭାରତ ହୋଇଥିଲା ସ୍ୱାଧୀନ

           ଆଜି ସେହି ଦିନଟି ଦେଖ।1।


ଫର ଫର ଉଡେ ଆମ ତ୍ରିରଙ୍ଗା ପତାକା 

        ଦିଶେ ଶୋଭା ତିନି ରଙ୍ଗରେ,

ସ୍ଵାଧୀନତା ଆଣିଲେ କେତେ ମହାପୁରୁଷ

        ପ୍ରାଣ ଦେଲେ ଦେଶ ପ୍ରେମରେ।2।


ନେତାଜୀ ସୁବାଷ ଚନ୍ଦ୍ର ବୋଷ ଗଢିଥିଲେ 

          ନିଜେ ଆଜାଦ ହିନ୍ଦ ଫୌଜ,

ଇଂରେଜ ବିରୁଦ୍ଧରେ ଲଢେଇ କରି ସିଏ

             ଧରିଥିଲେ ବିରତ୍ୱ ଧ୍ୱଜ।3।


ଝାଂସିରାଣୀ ଲକ୍ଷ୍ମୀବାଇ ହାତେ ଧରି ଖଣ୍ଡା

           କରିଲେ ଇଂରେଜକୁ ଯୁଦ୍ଧ,

ଦେଶରକ୍ଷା ପାଇଁ ଇଂରେଜ ସାଥିରେ ଲଢ଼ି

            ପ୍ରାଣ କରିଥିଲେ ଉସର୍ଗ।4।


ଚନ୍ଦଶେଖର ଆଜାଦ ତାତିଆ ଟୋପେ ଯେ 

          ବିଦ୍ରୋହ କରିଥିଲେ କେତେ,

ଦେଶପ୍ରେମ ଭକ୍ତିରେ ହସି ହସି ଜୀବନ

        ଫାସିରେ ଝୁଲିଗଲେ ଯେତେ।5।


ଉତ୍କଳର ବିର ସୁରେନ୍ଦ୍ର ସାଏ ଯୋଦ୍ଧା ସେ

            ସହସ୍ର ଇଂରେଜକୁ ମାରି,

ବଣରେ ସିଏ ପୋଡି ଦେଇଥିଲେ ନିଆଁରେ

            ପାହାଡ଼ ସମାନ ସଜେଇ।6।


ବୈତରଣୀ କୂଳେରେ ବାଜି ରାଉତ 

           ଡ଼ଙ୍ଗା ସେ ପାରି କରୁ ଥିଲା,

ଇଂରେଜଙ୍କୁ ନଦୀ ପାରି ପାଇଁ ମନାକରି

           ଛାତି ପତେଇ ପ୍ରାଣ ଦେଲା।7।

      

ଅହିଂସା ମାର୍ଗରେ ମିଳିନାହିଁ ସ୍ୱାଧୀନତା 

           ମିଥ୍ୟା ଅଟେ ଗାନ୍ଧୀ ଚରଖା,

ସତ୍ୟ ତଥ୍ୟ ଅଛି ଖୋଜିଲେ ପାଇବ ଦିନେ 

            ଗାଉଛି ମୁଁ ସତ୍ୟର ଗାଥା।8।


ଅନେକ ସ୍ୱଧିନତା ସଂଗ୍ରାମୀଙ୍କ କାହାଣୀ

             ଯାଇଛି ଆଜି ଲୁପ୍ତ ହୋଇ,

ମିଥ୍ୟ କହିଲେ ଗାନ୍ଧୀ ଆଣିଲେ ସ୍ୱାଧୀନ

             ଅହିଂସା ଚରଖା ଚଳେଇ।9।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics