STORYMIRROR

ରୀକ୍ଷିରାମ ମେହେର

Classics

3  

ରୀକ୍ଷିରାମ ମେହେର

Classics

ରଥଯାତ୍ରା

ରଥଯାତ୍ରା

1 min
208


ବରଷକୁ ବାରମାସ ତେର ପରବ

           ପରବ ଭିତରେ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ।

ଆଷାଢ଼ ମିଥୁନ ଶୁକ୍ଳ ପକ୍ଷ ଦ୍ଵିତୀୟା

     ଶ୍ରୀ ଜଗନ୍ନାଥ ରଥାରୂଢ ହେବେ ନନ୍ଦିଘୋଷ।(୧)

ଉତ୍କଳର ମଉଡ଼ ମଣି ଜଗନ୍ନାଥ

            ଦରଶନ ପାଇଁ ଭକତ ଭିଡ଼ ବଡଦାଣ୍ଡ।

ସୋରିଷ ବୁଣିଲେ ଭୁଇଁରେ ପଡିବନି

            କଳା ଠାକୁରଙ୍କ ଦରଶନ ପାଇଁ ବ୍ୟସ୍ତ।(୨)

ବଡ଼ ଦାଣ୍ଡେ ବିଜେ ଜଗତ ନାଥ

          ସଙ୍ଗେ ଭଉଣୀ ସୁଭଦ୍ରା ଭାଇ ବଳରାମ।

ଘୋଷ ଯାତ୍ରା ପାଇଁ ସଜ୍ଜିତ ତିନି ରଥ

           ନନ୍ଦିଘୋଷ ତାଳଧ୍ଵଜ ପୁଣି ଦେବଦଳନ।(୩)

ପାଲିଙ୍କିରେ ଆସିବେ ରାଜା ଗଜପତି

       ରତ୍ନ ଖଡ଼ିରେ ଛେରାପହଁରା କରିବେ ରଥ।

ତୁଳସୀ ଚନ୍ଦନ ଛିଞ୍ଚିବେ ରଥ ପରେ

            ମହ ମହ ବାସୁଥିବ ଯେ ରଥ ଚଉଦିଗ।(୪)

ଦୁଇ ଭାଇ ସାଙ୍ଗରେ ଭଉଣୀ ସୁଭଦ୍ରା

    ଯାତ୍ରା ମଧ୍ୟରେ ପ୍ରବେସିବେ ହେ ମାଉସୀ ଘର।

ନଅ ଦିନ ପାଇଁ ସେ କୁଣିଆ ହୋଇବେ

        ଖାଇବେ ଛପନ ଭୋଗ ଆଉ ଲବଣି ସର।(5)

ଓଡ଼ିଆର ଭାବର ଠାକୁର କାଳିଆ

        ଓଡ଼ିଆ ଘରେ ଘରେ ଅତି ଆନନ୍ଦ ଉଲ୍ଲାସ।

ବରଷକେ ଥରେ ଆସିଛି ରଥ ଯାତ

         ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି କଳା ସାଆନ୍ତ।(୬)

ଏ ବରଷ,ବିନା ଭକତରେ ହୋଇବ

          ରଥଯାତ୍ରା ବଡ଼ଦାଣ୍ଡେ ନ ଥିବ ଭକ୍ତ ଜନ।

ତଥାପି ଭକତ ଦେଖିବେ ପ୍ରଭୁଙ୍କର

        ସ୍ୱହୃଦୟେ ଚକ୍ଷୁରେ ହୋଇଣ ହରଷ ମନ।(7)

ଲୀଳାମୟ ପ୍ରଭୁଙ୍କ ଆପର କରୁଣା

ଦେଖାଇବେ ନେତ୍ରରେ ନିଜେ ପୁରୀ ଘୋଷଯାତ।

ଦିବ୍ୟ ନେତ୍ର ପରଦାରେ ଦେଖିବେ ଭକ୍ତ

           ଘରେ ବସି ଶ୍ରୀଜଗନ୍ନାଥଙ୍କର ରଥଯାତ।(8)

ବିଶ୍ୱ ବ୍ରହ୍ମାଣ୍ଡଙ୍କ ଚମତ୍କାର କାହାକୁ ଜଣା

          ସ୍ୱୟଂ ସେହି ଚଳନ୍ତି କଳାଠାକୁର ଭାବର

ଭାବ ବିନୋଦିଆ ଠାକୁର ଓଡ଼ିଆଙ୍କର

          ସେଥିପାଇଁ ପରା କହନ୍ତି ଭାବର ଠାକୁର।(9)

ଓଡ଼ିଶାର ମଉଡ଼ମଣି ଅରାଧ୍ୟ ଦେବତା

         ଅନାଥର ସେ ଜଗତର ନାଥ ଜଗନ୍ନାଥ।

ତାଙ୍କରି ପାଇଁ ଉତ୍କଳ ଆଜି ବିଖ୍ୟାତ

        ସାରାବିଶ୍ୱ ଆଜି ତାଙ୍କ ଦର୍ଶନ ପାଇଁ ବ୍ୟସ୍ତ।(10)



Rate this content
Log in

Similar oriya poem from Classics