STORYMIRROR

Ajay kumar Behera

Children Stories

3  

Ajay kumar Behera

Children Stories

''ମୁଁ କିଏ''

''ମୁଁ କିଏ''

1 min
275

ଦଶମାସ ଦଶ ଦିନ

ମାତୃ ଗର୍ଭେ ଥାଇ

ନିତି ଖୋଜୁ ଥାଏ

ଦୁନିଆ ଦେଖିବା ପାଇଁ

ଆସିଲି ଯେବେ

ଦୁନିଆକୁ ମୁହିଁ...

କ୍ଷଣିକେ ଗଲି ମୁଁ 

ନିସ୍ତବ୍ଧ ହୋଇ

ମୁଁ କିଏ?ମୁଁ କିଏ?

ପଚାରି ବୁଝେ

ଯେବେ ମୁହିଁ

ଆଶାନୁରୂପ ଉତ୍ତର

ଖୋଜିଲେ ମିଳେ ନାହିଁ...

ମିଛ ମାୟା ଦୁନିଆରେ

ସବୁ ନାର ବାଜି

କରିବାଠୁ ଏଠି

କହିବା ବାଲା ବେଶି

କିଏ କେତେ ପ୍ରକାରେ

ପ୍ରୟାସ କରେ

ପାଖକୁ ଆସି....

ଲୋକ ପ୍ରିୟତା ପାଇବା ପାଇଁ

କିଏ ଝାଡୁ ଧରେ 

ଜନ ସାଧାରଣ ଆଗେ

ପୁଣି କିଏ ଦୁଃଖ ବାଣ୍ଟେ

ଗରୀବର କୁଟୀରେ ଯାଇ

ଏଠି ସବୁ ଲୋକ ଦେଖାଣି ଭାଇ...

କିଛି ହାସଲ କରିବା ନିଶା

ହଜାଇ ଦିଏ ମନର ଆଶା...

ହଜି ଯାଏ ମନୁ ଭରଷା

ବାର ବାର ହେଉ

ଲୋକ ହସା...

ମୁଁ ପ୍ରଶ୍ନବାଚୀ ଚିନ୍ହଟିଏ

ବିଶାଳ ସଂସାରେ

ଅଜ୍ଞାନ ଅନ୍ଧାର ଟିଏ...

କ୍ଷୀଣ ଦେହ ମୋର

ପ୍ରଶ୍ନର ପାହାଡେ

ନିତି ବାଟ ହୁଡ଼ି ଯାଏ....

ଯେବେ ନିଜକୁ ପରଖେ

ନିଜକୁ ନୀରିଖେ

ବିଶାଳ ଦିଗବଳୟେ

କୂଳ କି କିନାରା

ସବୁ ଦିଗହରା ହୁଏ....

ମୁଁ କିଏ?ମୁଁ କିଏ?

ମୁଁ ଅମୀମାଂଶିତ

ଗଣିତ ଟିଏ

ଗୁଣିଲେ ଯେତେ

ଫେଡିଲେ ସେତେ ହୁଏ....

ମୁଁ ଅଶାନ୍ତ ସମୁଦ୍ରରେ

ଦିଗହରା ନାବିକଟିଏ

ତରଙ୍ଗେ ତରଙ୍ଗାୟିତ ହୋଇ

ସଦା ନାଚି ନାଚି ଚାଲି ଥାଏ...

ବାସ୍ତବିକ ବିଭୁଙ୍କ ସୃଷ୍ଟିରେ

ମୁଁ ଅଵୋଧ ଶିଶୁଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍