ଆସରେ ପିଲେ
ଆସରେ ପିଲେ
1 min
384
ଆସରେ ପିଲେ ଗାଇବା ଆସ
ଏକ ଠାରୁ ଏକ ରେ ଶୂନ ଦଶ॥
କୁହରେ ପିଲେ ଏକ
ଭାରତମାତା ଡାକ
କୁହରେ ପିଲେ ଦୁଇ
ଏଇ ଆମ ଜନମଭୂଇଁ
କହରେ ପିଲେ ତିନି
ଅଳିଆ ପକାଇବାନି
କହରେ ପିଲେ ଚାରି
କେ ନାହିଁ ଭାରତ ପରି
କହରେ ପିଲେ ଛଅ
ସତ କଥା ସବୁ କହ
କହରେ ପିଲେ ସାତ
ସଭିଏଁ ଆମେ ତ ମିତ
କହରେ ପିଲେ ଆଠ
ମନ ଦେଇ ପଢ ପାଠ
କହରେ ପିଲେ ନଅ
ଆମ ଦେଶ ଭାରତ କହ
କହରେ ପିଲେ ଦଶ
ସ୍ୱଚ୍ଛତା ରଖିବା ଆସ ॥
