STORYMIRROR

Sunanda Mohanty

Children Stories

3  

Sunanda Mohanty

Children Stories

ଶିଶୁ ମନ

ଶିଶୁ ମନ

1 min
103

ଶିଶୁ ମନ କୋମଳ 

ସୁକୁମାର ଭାରି ସରଳ 

ଲକଡାଉନ ର ଅର୍ଥ 

ବୁଝୁନି ମୁନା ଆମର 

ବ୍ୟାଟ ବଲ ଧରି ଲୁଚି ଲୁଚି 

ଯାଏ, ଖେଳିବ କ୍ରିକେଟ 

ସାଙ୍ଗ ସାଥି ଙ୍କ ଘର 

ପୋଲିସ ଗାଡ଼ିରେ ସିପେହି ଆସି 

କାନମୋଡ଼ି ଘରେ ଛାଡିଲେ ହସି 

ମାଆ କହିଲେ ମୁନାରେ ଦେ ତୁ ହସି 

ମାଆ ତିଆରିଲେ ଗୁଡ଼ି ମୁନା ପାଇଁ 

ମୁନା ଛାତ ଉପରକୁ ଗଲା ଉଡେଇ 

ଦେଖିଲା ଜେଜେମା ତୁଳସୀ ମୂଳେ

ଦୀପ ସଞ୍ଜ ଦେଇ କଣ ଭାଳେ 

ଗୁଡ଼ି ଛାଡି ମୁନା ଗଲା ପାଖରେ ବସି 

ସ୍ନେହରେ ଜେଜେମା ଦେଲେ ମୁଣ୍ଡ ଆଉଁସି 

ଦେଖ ପକ୍ଷୀମାନେ ଆକାଶେ 

ଉଡନ୍ତି କିପରି ମନ ହରଷେ 

ଆବସ ଲଗାଇବା ଆଉ ତୁଳସୀ ଗଛ 

ବାୟୁ ମଣ୍ଡଳ ହୋଇବ ସ୍ୱଚ୍ଛ 

ବୁଝି ନପାରିକି ମୁନା ଚାହିଁଲା 

ବସ କହୁଛି ଗପଟିଏ ଭଲା 

ଲବ କୁଶ ଦୁହେଁ ଯାଆଁଳା ଭାଇ 

ମାଛ ମାରିଗଲେ କେଉଟ ସାହି 

ଆଣିଲେ ଭାକୁର ଖାଇଲେ ରୋହି 

ମାକୁ ଦେଲେ ଲାଞ୍ଜ ଖଣ୍ଡିଏ 

ମାଆ କହେ ମୋର ଲୋଡ଼ା ନାହିଁ 

କୁଶ ହସୁଥିଲା ଠୋ ଠୋ ହୋଇ ଲବ ଖୁଆଏ ଆଦରେ ମାଆ ମାଆ କହି 

ମୁନା କହେ ମୁଁ ସେମିତି କରିବି ନାହିଁ 

ପିତା ମାତାଙ୍କଠୁ ସଂସାରେ ବଡ କେ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍