Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Abstract Children Stories

3  

SARATA KUMAR DAS

Abstract Children Stories

ବଣରେ କରିବା ଭୋଜି

ବଣରେ କରିବା ଭୋଜି

1 min
259



ଆସ କୁନି କୁନା ଆସ ମୁନି ମୁନା

           ବଣରେ କରିବା ଭୋଜି,

ହସିବା ଗାଇବା ନାଚିବା ହରଷେ

           ସାଙ୍ଗସାଥି ମେଳେ ମଜି ।


ଶୀତୁଆ ପବନ ବହୁଥିବ ଧୀରେ

           ଦେହ ଯାଉଥିବ ଥରି,

ଯତନରେ ଆମେ କରିବା ରୋଷେଇ 

           ଭାତ, ଡାଲି ,ତରକାରୀ ।


ଗାଧୋଇବା ଆମେ ଝରଣା ପାଣିରେ

             ଚଢିବା ପାହାଡ ଧୀରେ,

କେତେ ଜାତି ପକ୍ଷୀ ଗାଉଥିବେ ଗୀତ

             କିଚିରି ମିଚିରି ସୁରେ ।


ବାଘ, ଭାଲୁ, ହାତୀ, ହରିଣ, ଠେକୁଆ

            କରୁଥିବେ କେତେ ମଜା,

ଶୁଭୁଥିବ ଦୂରେ ସିଂହ ଗରଜନ

             ବଣ ରାଇଜର ରଜା ।


ପୁଚ୍ଛକୁ ହଲାଇ ନାଚୁଥିବେ ରଙ୍ଗେ

           ମୟୂର ମୟୂରୀ ବଣେ,

ହରିଣ ହରିଣୀ ମାରୁଥିବେ ଡିଆଁ 

           ଦେଖୁଥିବା ଖୁସି ମନେ ।


ଶାଳ, ପିଆଶାଳ, ଶାଗୁଆନ ପୁଣି

            ନାନା ଜାତି ଗଛଲତା,

ବାଣ୍ଟୁଥିବେ ଛାଇ ମଥାକୁ ହଲାଇ

            ସତେ କି ଶାଗୁଆ ଛତା ।


ଠାବେ ଠାବେ ପୁଣି ସୂରୁଜ କିରଣ

            ଛୁଇଁ ଯାଉଥିବ ଦେହ,

ଦିନ ଗଡୁଥିବ ମନ ଝୁରୁଥିବ

            ଲାଗି ଯାଉଥିବ ମୋହ ।

          

ଇଚ୍ଛା ହେଉଥିବ ପଶୁପକ୍ଷୀ ମେଳେ

            ତୋଳିବାକୁ ଛୋଟ ଘର ,

ମନ କହୁଥିବ ଶୁଣିବାକୁ ନିତି

            ଝରଣାର କୁଳୁ ସୁର  ।


Rate this content
Log in

Similar oriya poem from Abstract