STORYMIRROR

Gayatri Nayak

Children Stories

3  

Gayatri Nayak

Children Stories

ଦିବ୍ୟ ସନ୍ତାନ

ଦିବ୍ୟ ସନ୍ତାନ

1 min
216

ଦିବ୍ୟାଙ୍ଗ ନୁହେଁ ସେ ଦିଵ୍ୟ ସନ୍ତାନ

ଶିକ୍ଷା ଲାଭ କରି ରଖିବ ମାନ,

ଦିଅରେ ସଭିଏଁ ତାକୁ  ସନ୍ମାନ

ସିଏ ପରା ଆମ ପରାଣ ଧନ।

     ସେନେହ ଶରଧା ଵଳରେ ତାର 

     ମନରେ ଆସିଵ ଶକ୍ତି ଅପାର,

     ସୁଯୋଗ ପାଇଲେ ଅଂଶସେ ହେବ

     ସୁରକ୍ଷିତ ରହି ସୁରକ୍ଷା ଦେଵ।

ସ୍ତରକୁ ସମୟ ଦେଖି ପରଖି

କଠିନ ଭାବକୁ ତୂରରେ ରଖି,

ବିକଳ୍ପ ବ୍ୟବସ୍ଥା କରିବାଯେଵେ

ସମାନତା ସିଏ ପାଇଵେ ତେଵେ।

     ଦିଵ୍ୟାଙ୍ଗ ନୁହେଁ ସେ ଦିଵ୍ୟ ସନ୍ତାନ

     ଈଶ୍ଵରଙ୍କ ପରା ସେ ଵରଦାନ ,

     ପିତାମାତା ଗୁରୁ ସାଥୀ ସ୍ଜଜନ

     ସଭିଏଁ ମିଶିକି ଦେବାରେ ମାନ।



Rate this content
Log in