ଦିବ୍ୟ ସନ୍ତାନ
ଦିବ୍ୟ ସନ୍ତାନ
1 min
226
ଦିବ୍ୟାଙ୍ଗ ନୁହେଁ ସେ ଦିଵ୍ୟ ସନ୍ତାନ
ଶିକ୍ଷା ଲାଭ କରି ରଖିବ ମାନ,
ଦିଅରେ ସଭିଏଁ ତାକୁ ସନ୍ମାନ
ସିଏ ପରା ଆମ ପରାଣ ଧନ।
ସେନେହ ଶରଧା ଵଳରେ ତାର
ମନରେ ଆସିଵ ଶକ୍ତି ଅପାର,
ସୁଯୋଗ ପାଇଲେ ଅଂଶସେ ହେବ
ସୁରକ୍ଷିତ ରହି ସୁରକ୍ଷା ଦେଵ।
ସ୍ତରକୁ ସମୟ ଦେଖି ପରଖି
କଠିନ ଭାବକୁ ତୂରରେ ରଖି,
ବିକଳ୍ପ ବ୍ୟବସ୍ଥା କରିବାଯେଵେ
ସମାନତା ସିଏ ପାଇଵେ ତେଵେ।
ଦିଵ୍ୟାଙ୍ଗ ନୁହେଁ ସେ ଦିଵ୍ୟ ସନ୍ତାନ
ଈଶ୍ଵରଙ୍କ ପରା ସେ ଵରଦାନ ,
ପିତାମାତା ଗୁରୁ ସାଥୀ ସ୍ଜଜନ
ସଭିଏଁ ମିଶିକି ଦେବାରେ ମାନ।
