STORYMIRROR

Dr. Rajib Lochan Panigrahy

Children Stories Classics Inspirational

3  

Dr. Rajib Lochan Panigrahy

Children Stories Classics Inspirational

ମୋ ପ୍ରିୟ ବାପା

ମୋ ପ୍ରିୟ ବାପା

1 min
158

ବାପା ଥିଲେ

ମୋ ପାଇଁ ଆକାଶଠୁ ଉଚ୍ଚ 

ଦିଗବଳୟଠୁ ଦୂର,

ଧରିତ୍ରୀ ଠୁ ପ୍ରଶସ୍ଥ 

ହୃଦୟ ଉଦାର ତାଙ୍କର,

ସେ ଥିଲେ ମୋର 

ଚଳନ୍ତି ଈଶ୍ୱର l

ଦେଖିନି ମୁଁ କେବେ

କେଉଁ ଦେବତାଙ୍କୁ

ଦେବାର ତ କିଛି,

ଦେଖିଛି ମୋ ବାପାଙ୍କୁ 

ତାଙ୍କ ଜୀବନର

ସବୁକିଛି ନିର୍ବିକାରେ

ଅଜାଡି ଦେବାର l

ସେ ମୋର ସୃଷ୍ଟି

ସ୍ଥିତି ଓ ଲୟ

ଇହକାଳ ପରକାଳର ।

ବାପା ଥିଲେ ମୋର 

ଅତି ଆପଣାର

ତାଙ୍କୁ ଦେଖି ଦେଲେ

ଦୁନିଆ ପାଶୋରା ମୋର ।

ତାଙ୍କୁ ମୁଁ ଜାଣିଛି

ମୁଁ ବୁଦ୍ଧି ଜାଣିଲାଠୁ 

ହାତ ଧରି ଚାଲିବାଠୁ l

ସେ ଥିଲେ ମୋ ସାହସ

ମୋ ସାମର୍ଥ୍ଯ, ମୋର ଶକ୍ତି

ମୋ ସମ୍ପତ୍ତି, ମୋ ସ୍ଥିତି,

ସେ ଏକା ଥିଲେ ମୋର

ଅତି ଆପଣାର ।

ଵାପା ଥିଲାବେଳେ ମୋର

ନଥିଲା କାହାକୁ ଖାତିର,

ସେ ଥିଲେ ମୋର

ଶିକ୍ଷା ଦୀକ୍ଷା ଗୁରୁ 

ସଖା ସହୋଦର

ଜ୍ଞାନର ଭଣ୍ଡାର,

ଶୟନେ ସପନେ

ଅବା ଜାଗରଣେ l

ଵାପା ଥିଲେ ମୋର

ଏକହିଁ ଆଧାର

ସବୁ ସମ୍ପର୍କ ର ,

ଏ ଵିଶାଳ ଦୂନିଆଠୁ

ବାପା ମୋର ବଡ଼ ।

ଯେତେ ଲେଖିଲେ ଵି

କମ୍ ହୋଇଯାଏ

ତାଙ୍କରି ବିଷୟ

ତାଙ୍କ ହୃଦୟ ଥିଲା ଵିଶାଳ

ସେ ଥିଲେ ଜ୍ଞାନର ଭଣ୍ଡାର

ଗ୍ରନ୍ଥଠୁ ଅପାର l

ମୁଁ ଖୋଜେ ତାଙ୍କୁ ଅହରହ

ଦିବା ରାତ୍ର ଘର ଓ ବାହାର,

ବାପା ବିନା ମୁଁ ଏବେ ନିସ୍ଵ

ଲାଗେ ନାହିଁ ମୋ ଅସ୍ତିତ୍ୱ 

ଵାପା ଥିଲେ 

ଏକା ମୋ ନିଜର ଅତି ଆପଣାର ।


Rate this content
Log in