Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମାଟିଘର

ମାଟିଘର

1 min
203



ଏଇ ଗାଆଁ ଛୋଟ ଚାଳିଆ ଘର

ଝାଟିମାଟି କାନ୍ଥ ଦାଣ୍ଡ ଦୁଆର

ଲାଗେ ଆପଣାର ଭାରି ଶୀତଳ

ମୋ ପାଇଁ ସିଏ ତ ରାଜନବର ।


ଯେଉଁଦିନ ମୁହିଁ ହେଲି ଜନମ

ଛୁଇଁଲି ତା' ମାଟି ଆଗ ସେଦିନ

ବିତାଇଛି ସୁଖେ ସଞ୍ଜ ସକାଳ

ଖେଳିବୁଲି କେତେ କୋଳେ ତାହାର ।


ଭାଇ ଭଉଣୀଙ୍କ ସାଥୀରେ ମିଶି

ହାତଠାରି ଡାକୁ ସରଗ ଶଶୀ

ମମତା ମଧୁର କେଡ଼େ ସୁନ୍ଦର 

ଖସେ ହାତେ ଜହ୍ନ ସତେ ଆମର ।


ବଗିଚାଟି ଆମ ଭାରି ସୁନ୍ଦର 

ଫଳଫୁଲ ହୁଏ ନାନା ଜାତିର

ଉଡ଼େ ପ୍ରଜାପତି କେତେ ରଙ୍ଗର

ଫୁଲ ତୋଳି ଗୁନ୍ଥୁ ଗଜରା ହାର ।


ଅଛନ୍ତି ଏଇଠି ମୋ ବାପା ମାଆ 

ଦେହ ପାଆ ହେଲେ ହୁଅନ୍ତି ସାହା

ମନାସନ୍ତି ସଦା ଶୁଭ ମଙ୍ଗଳ 

ସେନେହ ସୋହାଗେ ଘର ମୁୁଖର ।


ମନେପଡ଼େ ତା'ର ଅଭୁଲା କଥା

ଥିଲେ ଦୂରେ ଲାଗେ ମନକୁ ବ୍ଯଥା

ମୋ ଗାଆଁ ମଶାଣି ମାଟି ପବିତ୍ର 

ଜଳିବ ବି ଏଠି ଚିତା ମୋହର ।


ଗୋପ ବୃନ୍ଦାବନ ମୋ କୁଞ୍ଜବନ

ବାସେ ମହମହ ଚନ୍ଦନ ସମ

ସବୁଠୁ ସୁନ୍ଦର ମୋ ମାଟିଘର

ମୂରଲୀର ସ୍ବନ ଗୁଞ୍ଜେ ସମୀର ।


ଏହା ପରି ନାହିଁ ଜଗତେ ସ୍ଥାନ 

ତୁଚ୍ଛ ହୀରା ନୀଳା ମଣି କାଞ୍ଚନ 

ପ୍ରିୟତମ ମୋର ଏ ମାଟିଘର 

ସରି ନୁହେଁ ତାକୁ ସରଗପୁର ।


ଢାଳଇ ତା' ପଦେ କୋଟି ପ୍ରଣତି

ଜୀବନେ ମୋ ଲକ୍ଷ୍ଯ ତା'ର ଉନ୍ନତି

କରିବି ମୁଁ ସଦା ସେବା ତାହାର 

ଏଇ ମାଟିଘର ବୈକୁଣ୍ଠ ମୋର ।

    


Rate this content
Log in

Similar oriya poem from Inspirational