Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Children

3  

Ranjit Sahu

Children

ନୂଆ ବର୍ଷ

ନୂଆ ବର୍ଷ

1 min
151


ବାବନ ସପ୍ତାହ ସୂର୍ଯ୍ୟ ଚାରି ପାଖେ 

ଛଅ ଋତୁର ତହିଁ ସମାବେଶ  

ବାର ମାସ ଆସେ ବାର ମାସ ଯାଏ 

ଗୋଟେ ବରଷର ସରେ ବୟସ I 


ସମୟର ଚକ ଗଡି ଗଡ଼ି 

ଯାହା ବର୍ତ୍ତମାନ ଅତୀତ ହୁଏ 

ସତ ଥିଲା ଯାହା ସ୍ମୃତି କରେ ତାହା 

ଭବିଷ୍ୟତର ନୂଆ ସ୍ଵପ୍ନ ଥୁଏ I  


ନୂଆ ଆଶା ଧରି ନୂଆ ସ୍ଵପ୍ନ ନେଇ 

ମନରେ ଉତ୍ସାହ ଯାଇଛି ଜାଗି 

ନିଜ କ୍ଷମତାର ପରିଧିକି ଡେଇଁ 

ଇଚ୍ଛା ନୂଆ କିଛି କରିବା ଲାଗି I


ସୁଖ ଶାନ୍ତି ଖୋଜି ବେହାଲ ସଂସାର 

କେଉଁ ପଥେ ଯିବ ଆଜି ସମାଜ?

ନିଶ୍ଚୟ ହୋଇବ ସଭିଙ୍କ ମଙ୍ଗଳ 

ରଖି ଥୋଇ ଥିଲେ ସଠିକ କାଜ I 



Rate this content
Log in

Similar oriya poem from Children