ସତ୍ୟର ପଥ ଅପୂର୍ବ ପୁଲକ ଦିଏ
ସତ୍ୟର ପଥ ଅପୂର୍ବ ପୁଲକ ଦିଏ
ସଂସାର ପରା ଏକ ଉଛୁଳା ନଈ,
ତୀ ସ୍ରୋତରେ ଯାଏ ସେ ତ ବହି ।
ଜୀବନଟା ଅଟଇ ଶୁଖିଲା ପତର,
ଭାସିଥାଏ ସାଥୀ ହୋଇ ସମୟର ।
ନର ବା ବାନର ତାହା ଭୋଗିଥାନ୍ତି,
ଆତ୍ମା ଶରୀରକୁ ଛାଡ଼ି ଚାଲିଯାନ୍ତି ।
ତରୁ, ତୃଣ, କୀଟ, ପତଙ୍ଗ ସମସ୍ତ,
ଜୀବ ଅଛି ଅର୍ଥ, ମୃତ୍ୟୁ ସୁନିଶ୍ଚିତ ।
ଏହା ଅଟେ ତ ଧରମର ବ୍ୟବସ୍ଥା,
ଜୀବନରେ ଆସଇ ଶେଷାବସ୍ଥା ।
ଜଣା ଏହି ମର୍ତ୍ତ୍ୟର ମଣ୍ଡଳରେ,
ପ୍ରାଣ ରହିଛି ମଣିଷ ଦେହରେ ।
ସପନ ସବୁ ମନରେ ଆସୁଥିବ,
ମନେ ବସା ବାନ୍ଧି ହୋଇ ବସିବ ।
ମନ ସପନ ଆଙ୍କେ କେତେ ଛବି,
ଫଳିବା ଆଶାରେ ଯନ୍ତ୍ରଣା ଭୋଗିବି ।
ଭୁଲୁଛେ ମଣିଷ ମାତ୍ରକେ ମରଇ,
ଏହି ଧ୍ରୁବ ସତ୍ୟ କେହି ଟାଳି ନପାରଇ ।
କର୍ମ କରିଲେ ସମାଜ ମଙ୍ଗଳ ପାଇଁ,
ମରି ଅମର ରହନ୍ତି, ସନ୍ଦେହ ତ ନାହିଁ ।
ତେଣୁ ନୀତି ନିଷ୍ଠାରେ କରମ କରିବ,
ପର ଦ୍ରବ୍ଯ ଓ ଶ୍ରମ ଚୋରି ନକରିବ ।
ହେ ପିଲାମାନେ ସର୍ବଦା ମନେ ରଖିବ,
ନ୍ୟାୟବନ୍ତ ହୋଇ ସମୟ କାଟୁ ଥିବ ।
ଗୌରବ ରହିଥାଏ ନିର୍ମଳ ହୃଦୟରେ,
ଭାରି ସିଧା ସାଦା ବେଶ ପୋଷାକରେ ।
ମନୁଷ୍ୟ ହୋଇଛ ଗରବ କେବେ ନକରିବ,
ଅଛୁଆଁ ଅଲୋଡା ବୋଲି କାହାକୁ ନଭାବିବ ।
କାମିନୀ କାଞ୍ଚନ ଲୋଭେ ବିଚଳିତ ନହେବ,
କାନ୍ତା କଥା ମାନି ଜନ୍ମଦାତାଙ୍କୁ କେବେ ନଭୁଲିବ ।
ସତ୍ୟର ପଥ, ମିଠାର ମହକ ବିଞ୍ଚି ଦେଇଥାଏ,
ତା ପରଶ ଅମୃତ ପିୟୁଷ, ଅପୂର୍ବ ପୁଲକ ଦିଏ ।