ଶାମ୍ବ ଦଶମୀ
ଶାମ୍ବ ଦଶମୀ
ପୌଷ ଶୁକ୍ଳ ଦଶମୀରେ ପଡେ ସୂର୍ଯ୍ୟଙ୍କ ପୂଜା
ଶାମ୍ବ ଦଶମୀ ନାମେ ବରଷକେ ଥରେ ଏ ପୂଜା
ସୂର୍ଯ୍ୟ ଅଟନ୍ତି ସକଳ ଶକ୍ତିର ଆଧାର
ସୂର୍ଯ୍ୟ ନୁହନ୍ତି ଆଉ କେହି ଅଟନ୍ତି ନାରାୟଣ
ସେ ଅଟନ୍ତି ନିରୋଗ ରଖିବା ଦେବତା
ସେ ହିଁ ଗୋଟିଏ ସ୍ବଦେହରେ ଦିଅନ୍ତି ଦେଖା
ତାଙ୍କ ଉପକାର ସଭିଙ୍କ ପାଈଁ ହୁଏ ଦୃଶ୍ୟ
ତାଙ୍କ କିରଣ ଅଭାବେ ଦୁନିଆ ଦୁରାରୋଗ୍ୟ
ଏହି ଦଶମୀରେ ସୂର୍ଯ୍ୟ ପୂଜା କରିଲେ ଶାମ୍ବ
ଦୁରାରୋଗ୍ୟ କୁଷ୍ଠରୁ ହୋଇଲେ ସେ ନିରୋଗ
ପୁରାଣ ପୃଷ୍ଠାରେ ହୋଇଛି ଏହା ବର୍ଣ୍ଣିତ
ରୋଗ ଭୋଗ କରୁଥିଲେ ସେ କୃଷ୍ଣଙ୍କ ସୁତ
ନିଜ ପିତାଙ୍କଠୁ ଅଭିଶପ୍ତ ହୋଇଥିଲେ ଶାମ୍ବ
ପିତା ମାତାଙ୍କ ଅନ୍ତରଙ୍ଗ ଅଳପେ ଜଗିଥିଲେ ଦ୍ୱାର
ଋଷି ଦୁର୍ବାସାଙ୍କୁ ଦେଖି ଦ୍ୱାରରେ ଭିତରକୁ କଲେ ପ୍ରବେଶ
କ୍ରୋଧ ହୋଇ କୃଷ୍ଣ ଶାମ୍ବଙ୍କୁ ଦେଲେ ଅଭିଶାପ
ହୋଇଗଲା ଶାମ୍ବଙ୍କୁ ସଙ୍ଗେ ସଙ୍ଗେ କୁଷ୍ଟ
ଋଷି ଦୁର୍ବାସା ଜାଣିଲେ ଏ ସବୁ କଥା
ଉପାୟ ଦେଲେ ଶାମ୍ବଙ୍କୁ କରିବାକୁ ତପସ୍ୟା
କଳିଙ୍ଗ ରାଜ୍ୟର ଚନ୍ଦ୍ରଭାଗା କୂଳେ ହେବ ନିରୋଗ
ପୌଷ ଦଶମୀରେ ନିଷ୍ଠାରେ ପୂଜିଲେ ସୂର୍ଯ୍ୟ
କୁଷ୍ଠ ରୋଗରୁ ସୂର୍ଯ୍ୟଙ୍କୁ ପୁଜି ହୋଇଲେ ନିରୋଗ
ସେହି ଦିନଠାରୁ ଶାମ୍ବ ଦଶମୀ ଓଡ଼ିଶାରେ ପୂଜିତ
ଏହି ପୂଜାରେ ଲାଗଇ ଭଜା ଚଣା, ରାଶି ଲଡ଼ୁ, ଫଳ
ଗାଇଁଠା ସାଙ୍ଗରେ ଖିରି, ପିଠା ସଙ୍ଗେ ଘୁଡୁଘୁଡା ତିଅଣ
ଗୁଡ଼ୁଘୁଡା ତିଅଣରେ ନାନା ପରିବା ସଙ୍ଗେ ପଡେ ଶିମ୍ବ
ପ୍ରତ୍ୟୁଷରୁ ହୁଅନ୍ତି ବାଳ ଅରୁଣଙ୍କ ପୂଜା ନୈବେଦ୍ୟ
ମଧ୍ୟାହ୍ନରେ ହୁଏ ଦରକାରୀ, ପିଠା, ଗାଇଁଠା, ଅନ୍ନ
ଘୁଡୁଘୁଡା ତିଅଣ ସଙ୍ଗେ ନାନା ବ୍ୟଞ୍ଜନ ହୁଏ ଭୋଗ
ସନ୍ତାନ ପାଈଁ ମାଆ ରଖିଥାନ୍ତି ସହଣି ଏହି ପୂଜା ଦିନ
ଛୁଆ ସମୟର ସମସ୍ୟା ପାଈଁ ପୂଜା ସ୍ୱତନ୍ତ୍ର ବ୍ୟଞ୍ଜନ
ବାର ମାସେ ତେର ଓଷା ମଧ୍ୟରେ ଶାମ୍ବ ଦଶମୀ ଏକ
ଏହି ଦିନରୁ କମିବ ଶୀତ ବଢିବ ସୂର୍ଯ୍ୟଙ୍କ ତାପ
ଶୀତ ଦିନେ ପେଟରେ ଥିବା ଯେତେ କଲ୍ମଶ
ଏହି ଦିନ ବ୍ୟଞ୍ଜନ ସେଥିପାଇଁ ହୁଅଇ ଓଷ
ଶାମ୍ବ ଏହି ଦିନ ହୋଇଥିଲେ ନିରୋଗ
ଏହି ଦିନର ବ୍ୟଞ୍ଜନ ଓଡିଆଙ୍କୁ କରିବ ସୁସ୍ଥ
ଶାମ୍ବ ଦଶମୀ ଅବା ସମ୍ବର ଦଶମୀରେ
ସନ୍ତାନ ନିରୋଗ ମଙ୍ଗଳ ପାଞ୍ଚି
ପୂଜ କରନ୍ତି ସଭିଏଁ ଏଦିନ ସୂର୍ଯ୍ୟଙ୍କ
ଧର୍ମ ପୂରଣରୁ ହେଉଥିଲେ ବି ପାଳନ
ଋତୁ ଚକ୍ରରେ ଏହା ଅଟଇ ବିଜ୍ଞାନ ସମ୍ମତ |
