STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ମିଥ୍ୟା ପ୍ରତିଶ୍ରୁତିର ନହେବା ଶୀକାର

ମିଥ୍ୟା ପ୍ରତିଶ୍ରୁତିର ନହେବା ଶୀକାର

2 mins
15


ସୁଖ, ଦୁଃଖ, ଖରା, ଶୀତ, ଝଡ, ଓ ବର୍ଷା, ସବୁ 

ଅଟଇ ଦାନ ଏଇ ପ୍ରକୃତିର,

କୌଣସି ଅସ୍ୱାଭିକ ପରିସ୍ଥିତିର ମୁକାବିଲା ପାଇଁ 

ଆମକୁ ପୂର୍ବ ପ୍ରସ୍ତୁତି ଦରକାର ।


ମନରେ ରଖିବା ଦୃଢ ବିଶ୍ୱାସ, ଭରସା ଓ ସଚ୍ଚୋଟ 

ପଣିଆ ମନ ମନ୍ଦିର ଭିତର,

ସମନ୍ୱୟ ରକ୍ଷା କରି ଚାଲିବା, ରଖି ଜୀବନରେ ଶୃଙ୍ଖଳିତ 

ଓ ଭାବନା ସୁନ୍ଦର ।


ଆଦୃତ ହୁଅ କି ନହୁଅ, ଛାଡିବାନି ଆମର କର୍ମ

କୌଶଳ, ସିଦ୍ଧାନ୍ତ ଓ ପ୍ରତିବଦ୍ଧତା, 

କିଏ ପଚାରୁ ଅବା ନପଚ଼ାରୁ କାର୍ଯ୍ୟେ ରୂପାନ୍ତରିତ 

କରିବା ତ୍ୱରିକାର ଦୃଢତା ।


ମାଳିକା ବଚ଼ନ ହୋଇବ କି ସତ୍ୟ ନା ନାହିଁ, ଏଇ 

କଥା କିଏ ସେ ଜାଣିଛି?

ଯୁଗେ ଯୁଗେ ପ୍ରଳୟ ପ୍ରୟୋଧିରେ ଲୀନ ହୁଏ ମର୍ତ୍ତ୍ୟ, 

ଏହା ତ ବିଦିତ ଅଛି ।


ଶଙ୍କା କାହିଁ ପାଇଁ, ଦେଖି ଅଛେ, ମହାବାତ୍ୟା କେତେ 

କଅଣ କରି ଗଲା ପ୍ରହରରେ,

କାଳର କରାଳେ, ଜୀବ ଜଗତ ହୁଏ ଛଟ ପଟ, ଏହା 

କିଛି ନୁଆ କଥା ନୁହେଁରେ ।


ସମୟର ଗତି ପରା ଏକ ସ୍ରୋତ, କେତେ ସ୍ଵପ୍ନ ଓ 

ଆକାଂକ୍ଷାକୁ ସେ ତ ଦଳି ଦିଏ,

ଯୁଗ ଯୁଗ ଧରି ଜନ୍ମ ଓ ମୃତ୍ୟୁ ନିଶ୍ଚିତ ରହିଛି ପଳାୟନପନ୍ଥୀ 

କିଆଁ ଆମେ ହେବା ହେ ‌।


ସମସ୍ତ କ୍ଷୁଦ୍ର କଣା ମଧ୍ୟରେ ନିହିତ ରହିଛି, ଏକ 

ବିରାଟ ସମ୍ଭାବନାର ପ୍ରହର,

ମନେ ରଖ ବିଜୟ, ଦୂର ଦୃଷ୍ଟି ଥାଇ କର୍ମ ତତ୍ପରତା 

ଥାଏ ମନରେ ଯାହାର ।


ମନରୁ ଯେବେ ଜଟିଳ ଓ କୁଟିଳ ହିଂସା ଭାବନା 

ଗୁଡିକୁ ଦୂରୀଭୁତ କରି ପାରିବା,

ସରଳ, ତରଳ ଓ ନିର୍ମଳ ହୃଦୟରେ ଆମେ ବେଦନା 

ତ କେବେ ନଭୋଗିବା ।


ପ୍ରକୃତି ମାଆର ଦତ୍ତ ବୃକ୍ଷ, ତରୁ ଲତା କେବେ ଯଦି 

କରିବା ନାହିଁ କ୍ଷୟରେ,

ନକଲେ ସରଂକ୍ଷଣ, ପ୍ରକୃତିର କରାଳ କାୟାରେ 

ଲୀନ ହୋଇଯିବ ସୃଷ୍ଟି କ୍ଷଣକରେ ।


ଜ୍ଞାନୀ, ବୈଜ୍ଞାନିକ କରି ଗବେଷଣା ଉନ୍ମୋଚିତ କରି

ଛନ୍ତି ପଥ ଜୀବନକୁ ଗଢି ତୋଳିବାର,

କରିବା ସଂଗ୍ରାମ, ଗତିଶୀଳ ହେବାକୁୁ ସମାଜେ ନହେବା 

ଅନ୍ଧବିଶ୍ୱାସୀ, ଧର୍ମାନ୍ଧ, କୁଳାଙ୍ଗାର ।


ବଗୁଲିଆ ଯିଏ ବଡ ବଡ କଥା କୁହେ ଚୁଗୁଲି ବଗୁଲି 

କରିବା ଅଟଇ ତାର ଧରମ,

ଅନ୍ୟ ବିରୁଦ୍ଧରେ ଗାଳି ଗୁଲଜ ନ କରି ରହି ପାରେନି 

ଫୁଟାଣି ମାରିବା ତାର କରମ ।


ଡ୍ରାମାବଜୀରେ ତାର ସକାଳ ଆରମ୍ଭ ହୁଏ ଓ ନାଚିବା

ରେ ଖାଲି ତା ଦିନ ସରେ,

ନିଜ ଫାଇଦାରେ ସଦା ରହିଥାଏ ବିରୋଧୀଙ୍କୁ ମିଛୁଟା

ରେ ଜେଲରେ ଭରେ ।


ଗାନ୍ଧୀ ମହାତ୍ମାର ଅହିଁସାର ପୁର ନାହିଁ ଏବେ ସୁରକ୍ଷିତ 

ସ୍ୱାର୍ଥରେ ହୋଇଛି ଅନ୍ଧ,

ନିଜ ସ୍ୱାର୍ଥ ଓ ଯାହା ଟଙ୍କା ବଳେ ଆସିଛି, ତାଙ୍କ ସ୍ୱାର୍ଥ 

ପାଇଁ ପକାଉଛି ଏବେ ଫାନ୍ଦ ।


ଶସ୍ତା ତ ହୋଇଛି ଏବେ, ମିଥ୍ୟା ପ୍ରତିଶ୍ରୁତି, ପ୍ରତିବଦ୍ଧତା 

ରାଜନେତାଙ୍କର ଯୋଜନ, ଯୋଜନ ଦୂର,

କେବଳ ଦିଅନ୍ତି ବୃଥା ପ୍ରତିଶ୍ରୁତି, ଯାହା ମରୀଚିକା, ଛଳନାମୟ, 

ନହେବା ତାହାର ଶୀକାର ।


ତେଣୁ ହେ ମୋ ଭାରତର ସନ୍ତାନ ମାନେ ବିବେକ 

ଖଟାଇ ହୁଅରେ ତୁମେ ଜାଗ୍ରତ,

ମିଛ ପ୍ରତିଶ୍ରୁତିରେ କେବେ ହଜାଅ ନାହିଁରେ ନିଜ 

ଜନମଗତ ସ୍ୱାଧୀନତା ଓ ଅସ୍ତିତ୍ୱ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action