ମୋ ଗାଲରୁ ଲିଭୁନି ରଙ୍ଗ
ମୋ ଗାଲରୁ ଲିଭୁନି ରଙ୍ଗ
ହୋଲି ର କଥା ଭୁଲି ଗଲକି ଲଗାଇ ଥିଲ ରଙ୍ଗ
ବୋଳି ଦେଲ ମୁହଁରେ ନାଲିକୁ ଓ ସୁନେଲି ରଙ୍ଗ।
ଛାଟି ପିଟି ମୁଁ ହୋଇଥିଲି ମୁଁ, ମିଛ ବାହାନା କରି
ପାଖେ ଥିଲା ମୋହରି ସାଙ୍ଗ, ହସୁଥିଲା ସେ ଭାରି
ଦେହେ ହଳଦୀ ଅବିର ଗୁଣ୍ଡକୁ ମୁଣ୍ଡେ ସବୁଜ ରଙ୍ଗ
ଲାଜୁଆ ମୁହଁ, ଚିକ୍କଣ ଦେହ, ଛୁଇଁଲ ମୋର ଅଙ୍ଗ ।
ଦେହ ଅସଜଡ଼ା, ଦିଶେ ଭୁତୁଣି ପରି କାହିଁକି ଏପରି
ରଙ୍ଗ ଖେଳର ମୋହ ଶରୀରେ ଉନ୍ମାଦ, ଦେଲ ଭରି ।
ରଙ୍ଗ ଖେଳ ତୁମରି ସାଥେ, ଏତେ ମଜାଳିଆ ହେଲା
ରାତିରେ ସ୍ବପ୍ନ ଦେଖିଲି, ଆଖିରେ ତୁମ ମୁହଁ ଦିଶିଲା ।