Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

ପ୍ରେମିକା ପାଇଁ

ପ୍ରେମିକା ପାଇଁ

1 min
150



ମୋ ମନକୁ ଖାଲି ଦୁରରୁ ଚିହ୍ନୁଛ

ପାଖରୁ ଚାହୁଁନ ଚିହ୍ନିବାକୁ

ଭସା ବାଦଲରେ ସ୍ବପ୍ନକୁ ଭସାଇ

ଶୁନ୍ୟରେ ନୀଳିମା ମାପିବାକୁ ..ପଦ


ଖେଳାନା ତୋହର 

ନୟନ ଯୁଗଳ

ରୁପ ଢଳ ଢଳ

ବଦନ କମଳ

କରି ମନ ମୋର ରଶିବାକୁ...


ସୁନୀଳ ସାଗରେ

ନୀଳତ କମଳ

ନିଳ ତାର ଜଳ

ସୁଦ୍ଧ ପରିମଳ

ଜନ ମନ ସବୁ କିଣିବାକୁ....


ମନ ବନାନୀରେ

ସପନ ଚାରିଣୀ

ମନ୍ଦ ସୁଭାଷିଣୀ

ଅଳସ ଗାମିନୀ

ପ୍ରତି ମୁହୂର୍ତ୍ତରେ ଦେଖିବାକୁ....


ଅଧାଫୁଟା କଥା

କଥାଟା ବି ଯଥା

ଗୋପନ ବାରତା

ପ୍ରେମ ପ୍ରଣୟତା

କିଆଁ ମୋ ସାଥେ କରିବାକୁ....।



Rate this content
Log in

Similar oriya poem from Romance