Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Romance Others

4.0  

Chinmaya Nayak

Abstract Romance Others

ପ୍ରିୟତମା

ପ୍ରିୟତମା

1 min
138


      ସଜଳ ଆଖିର କଜଳ ଇଶାରା

      ମନରେ ଭରସା ଦେଇ,

      ମହୁମଖା ତୁମ ଓଠର ପରଶ

      ଭୁଲି ମୁଁ ପାରିବି ନାହିଁ l


      ତୁମ ମନବନେ ଫଗୁଣ ଛୁଇଁଲେ

      ମନେ ମୋର ମଳୟ ବହେ, 

      ଲାଲିମା ଓଠରୁ ତୁମ ଝରିଲେ ମହୁ 

      ମନ ମୋର ମହୁଆ ହୁଏ l 


      ତୁମ ସ୍ୱପ୍ନର ଜ୍ୟୋତ୍ସ୍ନା ଜୁଆର 

      ମନେ ମୋର ସପନ ଛାଇ, 

      ଚାନ୍ଦିନୀ ରାତିର ଚନ୍ଦନ ଶୀତଳେ

      ତୁମ କାନି ଛୁଏଁ ଗୀତ ଗାଇ l 


     ତୁମେ ମୋର ପ୍ରିୟ ମୋର ଜୀବନର 

     ତୁମେ ମୋର ମଧୁଛନ୍ଦା ମଧୁରିମା, 

     ତୁମ ବିନା ଆନ ନାହିଁ ଏ ଜନମେ 

     ତୁମେ ମୋର ପ୍ରିୟସୀ ପ୍ରିୟତମା l


Rate this content
Log in

Similar oriya poem from Abstract