ପ୍ରେମ ବିରହିଣୀ
ପ୍ରେମ ବିରହିଣୀ
ତୋ ପ୍ରେମ ରେ ଥରେ ଯେ ପଡି ଯାଏ
ସେ ତ ପ୍ରେମ ବିରହିଣୀ ହୁଏ
ଗୋପୀ ମନ ତୁହି ଚୋରି କରି ନେଲୁ
ବ୍ରଜ ଦାଣ୍ଡରେ ପ୍ରେମ ବିରହିଣୀ କଲୁ
ପ୍ରେମ ତୋ ସାଥିରେ ଯାହାର ହୁଏ
ଦୁନିଆରେ ସେ ପ୍ରେମ ବିରହିଣୀ ହୋଇ ଯାଏ
ମୀରା ତୋ ପାଇଁ ସବୁ ତ୍ୟାଗ କରି ଦେଲେ
ପ୍ରେମ ବିରହିଣୀ ହୋଇ ତୋ ନାମ ଭଜିଲେ
ରାଧା ରାଣୀ ଙ୍କୁ ତୁହି ଛାଡି ମଥୁରା ପୁର ଗଲୁ
ପ୍ରେମ ବିରହିଣୀ କରି ପ୍ରେମ ଜ୍ୱାଳା ରେ ରଖିଲୁ
ଶରଦ ପୁର୍ଣିମା ରେ ବଂଶୀ ସ୍ଵନ ବାଜି ଉଠିଲା
ସେ ବଂଶୀ ସୁରେ ଗୋପାଙ୍ଗନା ପ୍ରେମ ବିରହିଣୀ ହୋଇଲା କୁଞ୍ଜ କାନନ ରେ ଏକା କରି ଯାଇ ଥିଲୁ
ଷୋଳ ସହସ୍ର ଗୋପାଙ୍ଗନା ଙ୍କୁ ପ୍ରେମ ବିରହିଣୀ କରିଲୁ
ପ୍ରେମ ବିରହ ରେ ବି ସବୁ ସୁଖ ମିଳି ଯାଏ
ଯିଏ ତୋ ପାଇଁ ପ୍ରେମ ବିରହିଣୀ ପାଲଟି ଯାଏ
ପ୍ରତି ମୁହୁତ୍ତ ରେ ତୋତେ ପ୍ରେମୀ ମନେ ପକାଏ
ପ୍ରେମ ବିରହିଣୀ ଶୟନେ ସ୍ଵପ୍ନେ ତୋତେ ଭଜୁ ଥାଏ
ପ୍ରେମ ବିରହ ରେ କେବେ ହସାଉ କେବେ କନ୍ଦାଉ
ପ୍ରେମ ବିରହିଣୀ ପାଇଁ ନୀତି ଲୀଳା କରି ଥାଉ

