Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tafizul hussain

Romance

3  

Tafizul hussain

Romance

ଗଜଲ୍

ଗଜଲ୍

1 min
137


ଏଠି ଉଦାସ ସେ ଦିନ କାହିଁ

ଏଠି ପିଆସା ସେ ରାତି କାହିଁ

ସବୁ ଲାଗେ ଏକା ଏକା

ନୀରବ ସେ ଅଭିମାନୀ

ଉଁଆସ ରାତିରେ

ଆକାଶେ ଜହ୍ନ ବା ଆସିବ କାହିଁ 

ଏଠି ଉଦାସ ସେ ।


ଫିଙ୍ଗି ହେଇ ସବୁ ଅଭିମାନ

ଚାଲିଛି ମୁଁ ହାରି ସବୁ ସ୍ଵାଭିମାନ

ପଥ ଯେ ହରାଇଛି କେତେ

ସତରେ କିଏ ହଜାଇଛି ମତେ

ବାହୁଡିବା ପାଇଁ ସେ ଅମୋଡା ବାଟ କାହିଁ 

ଏଠି ଉଦାସ ସେ ।


ଭାଙ୍ଗେ ଯେବେ ଆଇନା

ଜାଣି ସେ ଜମା ପାରେନା

ତଥାପି ତା ଦେହେ ଦିଶେ

ଛନ ଛନ ସେ ଯୋଛନା

ବାହୁନି କାନ୍ଦିବା ପାଇଁ ବିରହ ଯନ୍ତ୍ରଣା

ସେ ବା ଆଣିବ କାହିଁ 

ଏଠି ଉଦାସ ସେ ।


Rate this content
Log in

Similar oriya poem from Romance