STORYMIRROR

DHARITRI SAHU

Romance

3  

DHARITRI SAHU

Romance

ଅଭିମାନ ବୋଲି କିଛି"

ଅଭିମାନ ବୋଲି କିଛି"

1 min
128

ତମେ ଏତେ ନିରବ କାହିଁକି? 

ହୃଦୟରେ ସବୁ କଥା ବ୍ୟଥା 

ଲୁଚାଇ ରଖି ତମେ କଣ 

ହୋଇଯିବ ମହାପୁରୁଷ

ହଁ ଦେଖ ମୁଁ ଏତେ 

କଥାଗପି ଯାଏ ବୋଲି 

ମୋତେ ତମେ ନିରବରେ ଚାହିଁ ରହି

ଟିକେ ହସି ଦିଅ,

ଆଉ କୁହ ପାଗିଳିଟାଏ।

ହଁ ପ୍ରକୃତରେ ମୁଁ ଥିଲି ପାଗିଳି

ତୁମକୁ ବୁଝିଲା ପୂର୍ବରୁ

ମୁଁ ପାଗଳ ଙ୍କ ଭଳି ତମକୁ 

ପ୍ରେମ କରି ବସିଲି,

ତମ ନିରବତା

ତମ ଅନ୍ୟମନସ୍କ ତା ର

ଯେ କାରଣ ଆଉ କିଛି

ଏକଥା ଭାବିବାକୁ ମୋ 

ହୃଦୟରେ ଆଉ ଜାଗା ନ ଥିଲା

ସବୁ ଆଡ଼େ ଖୁନ୍ଦା ଖୁନ୍ଦି ହୋଇ

ଭରିଯାଇଥିଲା ତୁମରି ପ୍ରେମ 

ଆଉ ମୋର ହୃଦୟ ଭରା

ଭଲପାଇବା।

ତମେ କଣ ଭାବୁଥିଲ 

ଏକଥା ବିଶ୍ଳେଷଣ

କରିବାର ଆବଶ୍ୟକତା

ମୁଁ କେବେ ଅନୁଭବ କରିନଥିଲି।

ମୁଁ ତ ଜାଣିଥିଲି ତୁମ 

ହୃଦୟରେ ମୁଁ ହିଁ ଭରି ରହିଥିଲି।

ଆଜି ଚାଳିଶ ବର୍ଷ ପରେ

ମୁଁ ଜାଣିଲି ତମ ହୃଦୟର

ଅଳିନ୍ଦ ନିଳୟରେ ଭରି ରହିଥିଲା

ଆଉ କିଏ ଏକ ମଦାଳସା

ହୃଦୟ ଓ ମନର ଯୁଦ୍ଧରେ

ତୁମେ ହାର ମାନି ଥିଲ

ଏବଂ ଶେଷରେ ମୋ 

ସରଳ ନିଷ୍କପଟ ଭଲପାଇବା

ପାଖରେ ତମେ ପୁରା ଚୁପ୍ ଚାପ୍

ଶାନ୍ତ ପିଲାଟି ପରି 

ଜୀବନ ସାଥି କରିବାକୁ

ନିଷ୍ପତି ନେଇଥିଲ।

ଯେତେବେଳେ ମାନ ,

ଅଭିମାନ, ଅଭିଯୋଗ ର

ବୟସ ଗଡିଗଲା

ତେବେ ଯାଇ ସତ୍ୟପ୍ରକାଶ 

କରିବାର ସାହସ ଯୁଟାଇ

ପ୍ରକାଶ କଲ ସତ୍ୟ।

ହେଲେ ଏବେ ଆଉ ଅଛି କ'ଣ

କିନ୍ତୁ ମୁଁ ଏବେ ଅନୁତପ୍ତ

ମୋ ଭୋଲି ଭାଲି ହୁଣ୍ଡିପଣିଆ କୁ ଚିନ୍ତା କରି।

କେବେ ତମ ଅନ୍ୟମନସ୍କ ତାର 

ଭିତରେ ମୁଁ ଦେଖି ପାରିଲିନାହିଁ

ତମ ଦୃଷ୍ଟି ଥିଲା ମୋର ସେ 

ସୁନ୍ଦରୀ ସାଙ୍ଗଟି ଉପରେ।

ମୋର ବି ଅଭିମାନ ବୋଲି କିଛି ତ ଅଛି

ଏ ବୟସରେ ପ୍ରାର୍ଥନା କରୁଛି

ଆର ଜନ୍ମରେ ତମ ଦୁଇ ଜଣଙ୍କ ର

ପ୍ରେମ ସଫଳ ରୂପାୟନ ହେଉ

ହେଲେ ମୋତେ କହିବକି

ମୋ ସାଥିରେ ବେଦି ଉପରେ

ଯେଉଁ ପ୍ରତିଜ୍ଞା କରିଛ

ସାତ ଜନ୍ମକୁ ସାଥି ହେବାପାଇଁ

ସେ ପ୍ରତିଜ୍ଞା ଶେଷ କଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance