ଜହ୍ନ ଆଲୁର ଛାଇ
ଜହ୍ନ ଆଲୁର ଛାଇ
ମଝି ଆକାଶକୁ ଜହ୍ନ
ଏଵେ ଏବେ ଛୁଇଁ ନାହିଁ
ସଂଜୁଆ ପହରୁ ଵାଦଲ
ପଡ଼ିଛି ଶୋଇ
ଏତେ ସହଳୁ ତାରା ଆଖି କୁ
ତ ନିଦ କାହିଁ
ତୁମେ ଆସୁଥିଲ ଚୁପିଚୁପି ପାଦେ
ପାଦର ଶବ୍ଦ ପଵନ ନ ଶୁଣେ
ସେତେବେଳେ ଥିଲା
ଜହ୍ନ ଆଲୁର ଛାଇ ।
କଅଁଳ କୁହୁଡି ଘାସ ଫୁଲ ଯାଏ ଛୁଇଁ
ଶାଳ ଗମ୍ଭାରୀ ର ଅସନ ବଣରେ
ଗହଳ ପତର ପଵନେ ଖେଳଇ
ଅଧା ଆଲୁଅର ଛାଇ
ଚାଲ ତା କୋଳେ ପଡିବା ଶୋଇ
ଚୁପିଚୁପି ପାଦେ ତୁମେ ଆସୁଥିଲ
ସେତେବେଳେ ଥିଲା
ଜହ୍ନ ଆଲୁଅର ଛାଇ ।
ତରୁ ଡାଳେ ବସି ହେଉଥିଲେ ଖୁସି
ବାରମାସି ପକ୍ଷୀ ଦୁଇ
ଚମକି ପଡିଲେ ସରାଗ ଭାଂଗଇ
ମୁହଁ ମୋଡି ଦେଲେ
ଏକ କୁ ଆରକେ ଚାହିଁ
ଚୁପିଚୁପି ପାଦେ ତୁମେ ଆସୁଥିଲ
ସେତେବେଳେ ଥିଲା
ଜହ୍ନ ଆଲୁଅର ଛାଇ ।

