ନିରସ କଳ୍ପନା
ନିରସ କଳ୍ପନା
🌹🌹🌹❤🌹🌹🌹
ସାଗର କୂଳେ ଦିନେ ଶୀତ ରାତିରେ
ଉଦ୍ଦାମ ଯୁବା ତନୁର ବିନମ୍ର ସ୍ରୋତରେ
ମୋର ବାଲ୍ୟ ବନ୍ଧୁ ସଙ୍ଗରେ ଭାରାକ୍ରାନ୍ତ
ମନଟାକୁ ହାଲୁକା କରଣୀ ଅଭିଳାଷେ
ବୁଲୁଥିଲି ସେଦିନ ଅନ୍ୟମନସ୍କତାରେ l
ଦେଖିଲି ନିରେଖି ଦିଗବଳୟ ପ୍ରାନ୍ତକୁ
ପ୍ରାଚୀନ ବୋଇତ ଏକ ଆସୁଛି ଭାସି
ଭାସି ମୋଆଡ଼କୁ ଶୁଭ୍ର ଚନ୍ଦ୍ରାଲୋକେ
ବଜାଇ ଦୁନ୍ଦୁଭି ପାରାବାର କୁଜ୍ଝଟୀକା
ତୋରଣ ଚିରି ଚିରି ତୀବ୍ର ଗତିରେ l
ଜ୍ୟୋତ୍ସ୍ନା ବିଭୁଷିତ ସାଗର ତୀର
ବାଲୁକା ବେଳା ଭୂମିରେ,
ଅବତରଣ କଲା ସେଇ ରଙ୍ଗୀନ
ପାଲ ଟଣା ବୋଇତ ଅଚିରେ l
କଳ୍ପନାର ସାମ୍ରାଜ୍ୟେ ଥିଲି ମୁଁ ତ
ପୂରା ଡୁବି ପ୍ରତୀକ୍ଷା ରତ ଜଣେ
ଯୁବ ପୁଙ୍ଗବ ଖଦ୍ୟୋତ,
ଆଲୋକ ବିକିରଣ ପାଇଁ
ନଥିଲା ଉଦ୍ୟତ କେବେବି ମନ
ମୋ ତଦା ବିବ୍ରତ l
ଭାସମାନ ବୋଇତ ଲାଗିଲା କୂଳେ
ଓହ୍ଲାଇ ଆସିଲେ ଜନୈକ ମୁକୁଟ-
ଧାରିଣୀ ତରୁଣୀ ମୁକ୍ତ କବରୀଯୁକ୍ତା
ସତେ ଅବା ଦିବ୍ୟ ଲଳନା ମର୍ତ୍ତ୍ୟେ
ସମ୍ଭୁତା l
ଆଗେଇ ଆସ ହେ ମୋ କଳ୍ପନାର
ସବୁଜ ରାଗିଣୀ ହୃଦୟକୁ ମୋର
ନିଅ କିଣି ତୁମ ତନୁଶ୍ରୀର ରମ୍ୟ
ମନ ଟଣା ଉନ୍ମାଦ ଉଦ୍ଦୀପକ
ମଧୁର ବାର୍ତ୍ତାଳାପ ବିନିମୟେ
ଆଜି ନୀଳ ଉର୍ମିମାଳାର
ଇଶାରାରେ ଆଉ ପ୍ରେମିକ ବକ୍ର
ତନୁ ଇନ୍ଦୁର ଦିଗ ଦର୍ଶନେ l
ଵାଲୁକା ବେଳାରେ ମୁହିଁ ବିଶ୍ରାମ ରତ
ପଥିକ କଳ୍ପନା ସିକ୍ତ ବିଫଳ ପ୍ରେମିକ,
ମୋର ସ୍ନେହୀଳ ଦୃଷ୍ଟି ହେଲା
କେନ୍ଦ୍ରୀଭୂତ ଲଳନା ଉପରେ ସଠିକ
କଳ୍ପନା ବିଳାସେ ସତେ ଅବା
ସ୍ବର୍ଗୀୟ ଅପସରା ଉର୍ବସୀଙ୍କ ମର୍ତ୍ତ୍ୟ
ଅବତରଣେ l
ଦିବ୍ୟ ତରୁଣୀ ଜଣକ ଆସିଲେ
ଆଗେଇ ମୋ ସମୀପକୁ ମୁରୁକି
ହସ ଖେଳାଇ ଶୁଭ୍ର ବଦନରେ,
ଚାହିଁ ରହିଲେ ଆକୁଳ ନୟନେ
ସତେ ଅବା ଭିଂସି ସୃଷ୍ଟ କନ୍ଦର୍ପ
ଦର୍ପ ହାରିଣୀ ମୋନାଲିସାଙ୍କ
ଶୋଭାରେ ଆଉ ଆଙ୍କି ଏକ
ସରୁ ଚୁମ୍ବନ ତାଙ୍କ ଗୋଲାପୀ
ଅଧରେ କରି ରଙ୍ଗୀନ ମୋର
ଯୁବାମଦଯୁକ୍ତ ଗଣ୍ଡଦେଶେ l
ହାତରେ ଥିଲା ତାଙ୍କ ରାଜଦଣ୍ଡ ଏକ
ଇଶାରା ଥିଲା ମୋ ପ୍ରାଣେ ଭରିବାକୁ
ପ୍ରଣୟ ଉଦ୍ଦୀପକ ଏକ କୁହୁକ ବଂଶୀ
ସଦୃଶ l
ପଚାରିଲି କିଏ ତୁମେ କିମ୍ପାଇ
ଆଗମନ ଲଙ୍ଘି ସାତ ସମୁଦ୍ର
ବୋଇତ ଉପରେ ଖୋଲା କଥା କହ
ଯାହା ହେବ ମୋ ମନର ରୁଚକ
ଖୋରାକ, କିସ ଉପଢୌକନେ
କରିବି ତୁମକୁ ଅଭିଷେକ ମୋର
ବିଫଳ ପ୍ରେମିକ ହୃଦୟ ସିଂହାସନେ l
ଇଂରାଜୀ ଭାଷାରେ ଗିର ଆସିଲା
ଭାସି ସୁମିଷ୍ଟ ଗଳାରୁ ସ୍ମୃତି ମଧୁର,
ଆସିଛି ମୁଁ ଦରିଆ ସେପାରି ଦେଶୁ
ଯହିଁ ଥିଲା ତୁମ ପୂର୍ବ ପୁରୁଷଙ୍କ
ବାଣିଜ୍ୟ ଆସର, ନାହିଁ କିଛି ମୋର
ଅଭିପ୍ସା ବସିବାକୁ ତୁମ ହୃଦୟ
ସିଂହାସନେ, କେବଳ ଚାହେଁ ମୁଁ
କରିବାକୁ ଗୁଞ୍ଜନ ମୋର ମୋହନ
ବଂଶୀସ୍ଵରେ ତୁମ ମନୋପବନକୁ
ଚିର ସବୁଜ ନିରନ୍ତର ହେ ମୋର
ମାନସ ପ୍ରେମିକ l
ନାମ ମୋର ମୋନାଲିସା ପେଶାରେ
ମୁଁ ରାଜ କୁମାରୀ,ଜଣେ ବାଞ୍ଛିତ
ପ୍ରଣୟୀ ଅନ୍ବେଷଣେ ବିଦେଶୁ
ଆଗମନ, ମିଳିନି ଆଜି ସୁଦ୍ଧା ମତେ
ସେହି ଇପ୍ସିତ ରାଜକୁମାର ଯାହା
ପାଇଁ ମୋର ଅନୂଢ଼ା କୌମାର୍ଯ୍ୟ
ରକ୍ଷଣ l
ଉତ୍ତର ଦେଲି ମୁହିଁ ନିଶ୍ଚୟ ମୁଁ
କରିବି ତୁମ ମନୋବାଞ୍ଛା ପୂରଣ
ଏହି ବେଳା ଭୂମେ, ଶୈତ ରଜନୀ
ରେ ଏକ ସୁଗନ୍ଧିତ ରଜନୀଗନ୍ଧା
ପୁଷ୍ପ ରୂପେ, କରୁଛି ଶପଥ ଛୁଇଁ
ପ୍ରେମିକ-ଚନ୍ଦ୍ରମାରରଶ୍ମି ରେଣୁ,
ଆଜୀବନ ପ୍ରେମ ବନ୍ଧନେ ସୃଷ୍ଟି
ରକ୍ଷଣେ କୋଳେଇ ନେବି ମୁଁ ତୁମକୁ
ମୋର ଦିବ୍ୟ ଅନ୍ତରପ୍ରେମେ ଯେଉଁଠି
ବିରାଜମାନ ସଦା ସୁଖଶାନ୍ତି ଆଉ
ଅନାବିଳ ପ୍ରେମର ସାମ୍ରାଜ୍ୟ l
ଧସେଇ ଆସିଲେ ସେହି ଦିବ୍ୟାଙ୍ଗନା
ବିଦେଶୀ ରାଜ କୁମାରୀ ତେଜି ସବୁ
ଲଜ୍ଜା ଭୟ ସୁସ୍ଥ ମାନସେ,
ପତିତ ହେଲେ ମୋ ବକ୍ଷ ଦେଶେ
ତାଙ୍କର ଗୋଲାପୀ ଅଧର ଚୁମ୍ବନେ
ପୁନଃ କରି ଅକଙ୍କୃତ ମୋତେ
ଆଦିରସେ ମାନସ ମୈଥୁନେ l
ଚମକି ପଡ଼ିଲି ମୁହିଁ ଭାଙ୍ଗି ସୁକ୍ଷ୍ମତନ୍ଦ୍ରା
ଖିଅ,ହେଲା ଉନ୍ମୁକ୍ତ ମୋର ତନ୍ଦ୍ରାକବଳିତ
ଚକ୍ଷୁ ପଟଳ ଧରି ସ୍ୱଚ୍ଛ ଦର୍ପଣ ରୂପ
ସୁପ୍ତେ ହସି ହସି, ନଥିଲେ ସେହି ଦିବ୍ୟ
ତରୁଣୀ ରାଜଜେମା ମୋ ବକ୍ଷ-ପଲଙ୍କେ
ଶାୟିତ ଦଣ୍ଡାୟମାନ ହେଲି ଫେରି
ସୁନେଲି କଳ୍ପନା ରାଇଜୁ ମୁଁ ଶୁଷ୍କ କାଶେ
ସ୍ମରି ମୋର ସେଇ ବିଦେଶିନୀ ସ୍ୱପ୍ନିଳ
ପ୍ରଣୟ ବଲ୍ଲରୀଙ୍କୁ l
ମାଘ ଶୀତର ତାଡ଼ନାର ପ୍ରଚଣ୍ଡ
ଆକ୍ରମଣେ ଥିଲି ମୁଁ ପଶମ ପୋଷାକେ
ଆବୃତ ଆଉ ଶିରେ ଢାଙ୍କି ଉଷ୍ମତା
ରକ୍ଷକ ଟୋପି ମଫଲର,
ଥର ଥର ଓଠେ କୁହୁଡ଼ି ଯନ୍ତାରେ
ଧାବମାନ ହେଲି ଉଷ୍ମ ପାନୀୟ
ଆଶାରେ ତୀରସ୍ଥ ବିପଣି ଲକ୍ଷରେ
ବନ୍ଧୁ ସାଥେ ଗପି ଗପି ନିରନ୍ତର
ଥର ଥର ଓଷ୍ଠ ଯୁଗଳକୁ ଦେଇ
ମୁଁ ସାନ୍ତ୍ୱନା ଟିକେ l
❤❤❤❤❤❤❤❤