STORYMIRROR

DHARITRI SAHU

Romance

4  

DHARITRI SAHU

Romance

ଅବ୍ୟକ୍ତ ବନ୍ଧନ

ଅବ୍ୟକ୍ତ ବନ୍ଧନ

2 mins
284


ଏ ପୃଥିବୀ ସୁନ୍ଦର,

ଏ ଆକାଶ ସୁନ୍ଦର

ଏ ସୂର୍ଯ୍ୟ ସୁନ୍ଦର,

ଏ ଚନ୍ଦ୍ର ସୁନ୍ଦର

ଏତେସବୁ ସୁନ୍ଦରର

ସମାହାର ଭିତରେ

ତମ ହୃଦୟ ଟା ବହୁତ ବହୁତ

ବହୁତ ସୁନ୍ଦର

ଏ ଆକାଶ ଟା ପୃଥିବୀ କୁ ଯେତିକି ଭଲପାଏ

ଏ ସୂର୍ଯ୍ୟ ଟା ପଦ୍ମକୁ ଯେତିକି ଭଲପାଏ

ତମ ଭଲପାଇବା ତ ତା ଠାରୁ ଢେର ଅଧିକ

ତମ ହୃଦୟ ମହାନ ଓ ବିଶାଳ

ଏ କଥା ଆଗରୁ ଜାଣିଥିଲେ ବି

ଆଜି ଚାଳିଶି ବର୍ଷ ପରେ ହୃଦୟ ର

ଧଡକନ୍ ମୋତେ ଚୁପି ଚୁପି କହିଗଲା

କିଛି ଲେଖି ବ୍ୟକ୍ତ କରି ଯିବାକୁ।

ଯାଣେନା ଜୀବନ ର ଅସ୍ତିତ୍ବ

କେତେ ଦିନ ।

ତମେ କେବେ ତ କିଛି କୁହନା

ଠିକ୍ ଆକାଶ, ପୃଥିବୀ

ଓ ଚାନ୍ଦ, କୁମୁଦ ର

ଅଖଣ୍ଡ ପବିତ୍ର ଓ ଅମ୍ଳାନ

ଯୁଗପତ୍ ନିରବତା ଭଳି।

ସେମାନେ ଯେମିତି ଆକର୍ଷଣ ରେ କ୍ରୀୟାଶୀଳ

ଯୁଗ ଯୁଗ ରୁ ଉଦାହରଣ ରେ

ସ୍ଥିତ ପ୍ରଜ୍ଞ,

କେହି କେବେ ଦେଖି ନଥିବେ

କିଛି ଅବ୍ୟକ୍ତ କୁ ବ୍ୟକ୍ତ କରିବାରେ।

ବଉଦର ସାଥେ ସାଥେ

ଯେପରି ବିଜୁଳି

ମଳୟର ସାଥେ ସାଥେ

ଯେପରି ସୁଗନ୍ଧ,

ତପନର ଆତ ଯାତ ରେ

ଯେପରି ପଦ୍ମ,

ଆମେ ସେମିତି ପରସ୍ପର ର

ଦୁଖ ସୁଖ,ହସ କାନ୍ଦ,ଆନନ୍ଦ ନିରାନନ୍ଦର କାୟା ଓ ଛାୟା ।

କେବେ କିଛି କହିବା

ଦରକାର ପଡିନି ।

ଉପସ୍ଥିତି ର ପୁଲକ

ଅନୁପସ୍ଥିତି ର ହତାଶ

କେବେ ବ୍ୟତିବ୍ୟସ୍ତ କରିନି,

ଅନୁଭବ ରେ ଅନୁଭୁତି ରେ ଆମେ

ପରସ୍ପର ପରସ୍ପରର ପରିପୂରକ।

ହଁ କେବେ କେବେ ରାଗ ରୁଷା ଅଭିମାନ

କଳି ତକରାଳ ଯାଏଁ ବି ଯାଇଛି,

ଯେମିତି ଚାନ୍ଦକୁ ବଉଦ ଢାଙ୍କେ

ଆକାଶ ରେ ଦୃଶ୍ୟ ମାନ ସୂର୍ଯ୍ୟ ଙ୍କର

ରୌଦ୍ରତାରେ ପୃଥିବୀ ଅସ୍ଥ ବ୍ୟସ୍ଥ ହୁଏ।

ଅନୁତାପ ଆସିଛି ଅନୁଶୋଚନା ବି ଆସିଛି

ଭାବନା ବି ଆସିଛି

ଏମିତି ଏକ ସାଥି ବାଛି

କେତେ ବଡ଼ ଭୁଲ ସତରେ

ମଣିଷ ନ କରିଛି,

ସେ ଭାବନା ଥାଏ କ୍ଷଣିକ ପାଇଁ।

ନିଜ ସନ୍ତାନ ମାନେ ବି କହିବାର ଶୁଣିଛି

ରାତି ପାହିଲେ ଏ ଦୁଇ ଜଣଙ୍କୁ ଦେଖିଲେ

କେହି କହିବନି ଏମାନଙ୍କ ଭିତରେ

କିଛି ମନାନ୍ତର ହୋଇ ଥିଲା ବୋଲି।

ସେ ତମର ମହତ ପଣିଆ ହେଉ କି ମୋର

ଭୁଲିଯାଇ ସଜାଡି ନେବାର

ପାରିବା ପଣିଆ ହେଉ

କି ଆମ ଭିତରର ସ୍ନେହ, ପ୍ରେମ, ପ୍ରିତି ର

ସୀମାହିନ ପାରାବାର ର

ଉତ୍ତାଳ ତରଙ୍ଗ ମାଳା ହେଉ,

କି ଅବା ଦୁଇଟି ପ୍ରସ୍ଫୁଟିତ ଫୁଲ ଙ୍କର

ସୁଗନ୍ଧିତ ଆକର୍ଷଣ ହେଉ।

ସେ କଥା

ନା ତମକୁ ଜଣା ନା ମୋତେ ବି ଜଣା।

ଏଇତ ଆମର ଚାଳିଶି ବର୍ଷ

ବନ୍ଧନର ଅଛିଣ୍ଡା ରଜ୍ଜୁ।

ମୋତେ ଅନୁଭବ ହୁଏନା ତମର ମୋର

ଭିନ୍ନ ଭିନ୍ନ ପରିବାରରେ ଜନ୍ମ

ହୋଇଥିଲା ବୋଲି ।

କୋଡିଏ ବାଇଶି ବର୍ଷର ହେଲା ପରେ

ଆମେ ପରସ୍ପରକୁ ଚିହ୍ନିଛନ୍ତି ବୋଲି।

ହୃଦୟର ପ୍ରତିଟି ସ୍ପନ୍ଦନ କହେ

ଆମେ ପରସ୍ପରକୁ ଜନ୍ମ ଜନ୍ମ ଧରି ଜାଣିଛନ୍ତି

ଏବେ ବୁଝୁଛି ଏଇତ ବନ୍ଧନ ସାତ ଜନ୍ମର"

ନା ନା ଏ ବନ୍ଧନ ଜନ୍ମ ଜନ୍ମର

ଏ ବନ୍ଧନର ନାମ ଏକ ପତି ପତ୍ନୀ ନୁହେଁ

ଏହା ଏକ ସତ୍ୟ ଶାଶ୍ୱତ ର

ଜୀବନ୍ତ ତ୍ୟାଗ ପ୍ଳୁତ ମନ୍ଦାକିନୀ ଧାରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance