STORYMIRROR

ABADHOOT PANDA

Romance Others

4  

ABADHOOT PANDA

Romance Others

ପ୍ରେମର ଶିଖନ

ପ୍ରେମର ଶିଖନ

2 mins
347


ପକ୍ଵ ଯୌବନେ ଯାଇଥିଲି ଦିନେ ସମୀରର

ତାଳେ ତାଳେ ସମ୍ୟକ ଫୁର୍ତ୍ତି ଆଶାରେ

ସାଗର ତୀରେ l


ଦେଖିଲି ଏକ ପ୍ରଣୟୀ ଯୁଗଳ ବସିଥିଲେ

ଭବିଷ୍ୟତର ଚିନ୍ତା ନେଇ ଗଢ଼ିବାକୁ ଏକ

ଆଦର୍ଶ ପରିବାର ଦୁନିଆଁ ବୁକୁରେ l


ବସି ଥିଲି ମନ ମାରି ତାଙ୍କ ପାଖେ

ଶୁଣିବାକୁ ପ୍ରେମର ଆଳାପ ଆଉ ଅଭିଜ୍ଞତା

ଅର୍ଜନେ ଆମ ଭବିଷ୍ୟତ ମାର୍ଗେ l


ପ୍ରେମର ସ୍ୱାଦ କିପରି ମୋର କଲେଜ

ଜୀବନେ ତିଳେ ତିଳେ ମୋର ପ୍ରାଣୟିନୀ

ଓଠର ଗୋଲାପୀ ରଙ୍ଗ ସଂସର୍ଗେ l


ହଠାତ ସେଇ ଦୁଇ ପ୍ରେମୀ ଯୁଗଳ ଦେଲେ

ମତେ ଚାହିଁ ଆଉ ପଚାରିଲେ ବନ୍ଧୁ କି

ଭାବନା ନେଇ ବସିଛ ଏଠାରେ l


ଦେଲି ମୁଁ ଉତ୍ତର ମୁଁ ଜଣେ ସ୍ନାତକ ଉତ୍ତର

ଛାତ୍ର ହଷ୍ଟେଲରେ ମୋ ରହଣି ଭଲ ପାଇ

ବସିଛି ମନ ଦେଇ ଅଜାଣେ l


ଜାଣେନା ମୁଁ ପ୍ରେମ ମାନେ ଆଦର୍ଶରେ

ବନ୍ଧା ମୋ ଜୀବନ,କିପରି ଟାଣିବି ମୋ

ପ୍ରିୟା ମନ ବୁଝି ମୁଁ ପାରୁନି l


ଦିଅ ଟିକେ ବୁଝାଇ ଭାଇ ପ୍ରେମର

ଫୁଆରା କେମିତି ଆସିବ ମନେ ତାର

କର୍ମ ସଂସ୍ଥାନ ମୁଁ ସନ୍ଧାନୀ l


ପାଖ ବସା ପ୍ରେମୀ ଯୁଗଳ ବଖାଣି

ବସିଲେ ଶୁଣ ତେବେ ଆହେ ନବ ତରୁଣ

ଆମେ ଆମ ପାଠ ଶେଷ ପରେ,


ଭାବିଚିନ୍ତି ବାନ୍ଧି ହେଲୁ ସୁସ୍ଥ ପ୍ରଣୟେ

ପିତା ମାତା ଅନୁମୋଦନେ ବିବାହର

ପ୍ରତିଶ୍ରୁତି ଶ୍ରବଣେ l


ପାଠ ଆଗ ଶେଷ କର ତୁମର ତାପରେ

ଜୀବିକା କର ଅର୍ଜନ ଢ଼ାଳି ମନ ପ୍ରାଣ

ତାପରେ ତୁମ ପ୍ରେମିକାକୁ ଏକ ମନଲୋଭା

ଗୋଲାପ କର ଅର୍ପଣ l


ଗଭାରେ ଖୋସିଦେବ ଯେବେ ଏହି

ଗୋଲାପ ଗୋଲାପ ଲିପିସ୍ଟିକ ବୋଳା

ଓଠର ନାଲିମା ସାଥେ କରିବ ତୁରନ୍ତ

ଅଧୀର ତାର ମନ ପ୍ରାଣ l


ପ୍ରଣୟୀ ଦୁହିଁଙ୍କ ପାଶୁ ନେଲି ମୁଁ ବିଦାୟ

ବସି ଗଲି ହଷ୍ଟେଲ ରୁମରେ ଭାଳି ଭାଳି

ଆମ ପ୍ରେମର ଆସର l


ଧରିଲି ହାତେ ସ୍ନାତକୋତ୍ତର ପ୍ରମାଣ ପତ୍ର

ହାତେ ଉଦ୍ୟମ ରତ ହେଲି ମୁହିଁ ସ୍ଵଜୀବିକା

ଅର୍ଜନ ଅର୍ଥେ ମାତର ll


ପାଇଲି ଏକ ଚାକିରୀ ହେଲି ବ୍ୟାଙ୍କ

ଅଫିସର ମନେ ମନେ କଲି ପ୍ରଣାମ ମୁଁ

ଆମ କାଳିଆ ଠାକୁରେ l


ଆଶା କଲେ ମୋ ପୂର୍ଣ୍ଣ ପ୍ରଭୁ ନକରି ବିଳମ୍ବ

ଶୁଭ ତିଥି ଦେଖି ମୋ ପିତା ମାତା କଲେ

ବିବାହ ଆୟୋଜନ ସଧିରେ ll


ଗୋଲାପୀ ମୁକୁଟ ଗୋଲାପ ଶାଢ଼ୀ ଆଉ

ହାତ ଗଣ୍ଠି ଗୋଲାପ ଚୁଡ଼ିର ଶବ୍ଦ ତାଳେ

ହେଲା ସମ୍ପାଦିତ ବେଦୀ ଉପରେ l


ଗୋଲାପୀ ଅତର ଗୋଲାପୀ ଜଳ ଛିଞ୍ଚି

ଆମ ଗୋଲାପୀ ଚାଦର ଢଙ୍କା ଡନଲପ

ଗଦି ଉପରେ ବାସର ରାତିରେ ll


ପ୍ରାପ୍ତ ବୟସେ ପ୍ରାପ୍ତ ସୁସ୍ଥ ପ୍ରଣୟ ତାଳେ

ତାଳେ ମାତି ଉଠିଲୁ ଆମେ ସୁସ୍ଥ ରତି

ଖେଳେ ନକରି ଅବହେଳା ଅବଳା

ବଚନେ l


ଗୋଲାପୀ ରଙ୍ଗ ମଙ୍ଗଳ ସୂତ୍ରର ହେଲା

ସସମ୍ମାନ ରଚିଲେ ବିଧାତା ଆମ ସଙ୍ଗମ

ଆଖଡ଼ କରିବାକୁ ଆମ ବଂଶ ରକ୍ଷା

ଅନୁକ୍ଷଣେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance