ପ୍ରେମର ଭାଷା
ପ୍ରେମର ଭାଷା
ପ୍ରେମ ଅଟେ ନିତ୍ୟ,
ପ୍ରେମ ଚିର ସତ୍ୟ, ଶିବ, ସୁନ୍ଦର,
ପ୍ରେମର ସମ୍ପର୍କେ, ସରବେ ବନ୍ଧା
ପ୍ରେମ ହିଁ ଚିର ଶାଶ୍ଵତ,
ପ୍ରେମ ଅମର ସଂଗୀତ,
ତାର ନାହିଁ ବିନାଶ,
ପ୍ରେମ ଅଟେ ମଧୁଛନ୍ଦା l
ପ୍ରେମ ସ୍ରୋତସ୍ବିନୀ ମନ୍ଦାକିନୀ,
ପ୍ରେମର ସଂଜ୍ଞା କାହୁଁ ବୁଝିବ,
ସ୍ୱାର୍ଥ ପାଖେ ଯାର ଥାଏ ମନ,
ଲାଳସା ବିହୀନ ସମ୍ପର୍କ,
ଅସରା ଅମୃତରୂପୀ ସତ୍ୟ,
ଯୁଗେ ଯୁଗେ ଅଟଇ ତାହା ସ୍ୱାର୍ଥହୀନ l
ପ୍ରେମରୁ ମିଳନ୍ତି ସ୍ବୟଂ ଗୋବିନ୍ଦ,
ପ୍ରଭୁ ଅଙ୍ଗେ ଭାବନା
ରେ ମନ ହୁଏ ଓତପ୍ରୋତଃ ଜଡିତ
ନଥାଏ ଦୁଃଖ, ନଛୁଏଁ ଅଭାବ, ପାଇଣ ପ୍ରଭୁଙ୍କୁ, ମନଟି ସମର୍ପଣ ପ୍ରେମ ଭାବେ ହୁଏ ଉଲ୍ଲସିତ l
ମିଳେ ପ୍ରେମର ସ୍ୱରୂପ,
ଦୃଷ୍ଟ ଆଦାମ-ଇଭ, ରାମ-ସୀତା,
ରାଧା-କୃଷ୍ଣ, ଶିବ-ପାର୍ବତୀ ରେ
ଯୁଗଳ ବନ୍ଦିର ସମର୍ପଣ ଭାଵ ଜାଣିବା କେମିତି ନପଢ଼ିଲେ
ଭାଲେଣ୍ଟାଇନର ଇତିହାସକୁ ଥରେ l
ରୋମୀୟ ସମାଜେ ସତ୍ୟ, ଶିବ, ସୁନ୍ଦର ପ୍ରେମ ର ଥିଲେ
ଉପାସକ ସନ୍ଥ ଭାଲେଣ୍ଟାଇନ
ରାଜା କାଡ଼ିୟସ ପ୍ରେମର ବିରୋଧରେ ରାଜଦ୍ରୋହୀ ଦୋଷେ
ଦଣ୍ଡି ସନ୍ଥଙ୍କୁ କରିଲେ ନିଧନ ।
ସନ୍ୟାସୀ ପାଇଲେଟି ସିନା ଫାଶୀ,
ଅମରତ୍ବ ଲାଭ କଲେ,
ପ୍ରେମ ଜିତିଗଲା ଉଡ଼ାଇଲେ ପ୍ରେମର ଧ୍ବଜା
ପ୍ରେମର ପ୍ରଦୀପ କଲେ ପ୍ରଜ୍ଜଳିତ,
ଆଜି ବି ଗାଉଛି କାଲି
ବି ଗାଇବ, ଗର୍ଜିୁଛି ଓ ଗର୍ଜିବ ପ୍ରେମର ବାଜା ।
ପ୍ରେମରୁ ଝରେ ମକରନ୍ଦ,
ପ୍ରେମରେ ନଥାଏ ଜାତି ଧର୍ମଗତ
ବାଧା, ନଥାଏ ସେଠାରେ ଛୁଆଁ ଅଛୁଆଁ
ପ୍ରେମ ହିଁ ଗୋଲାପ, ପ୍ରେମ ହିଁ ଅରୂପ,
ଲଳିତା ପ୍ରେମେ ହୋଇ
ଥିଲେ ବନ୍ଧା ବିଦ୍ୟାପତି, ଜାଣଇ ଦୁନିଆଁ l
ପ୍ରେମ ଲାଲ ହେଉ କି ସବୁଜ ହେଉ ବି ଅରୂପ, ତାହା ପ୍ରତ୍ୟେକ
ପ୍ରାଣର ସ୍ନେହଭରା ଝଙ୍କାରଟିଏ,
କବିତାଟିଏରେ ତାର ଛବିକୁ ଆଙ୍କିବା କବିର ମନ ଆକାଶରେ
ସଦା ସର୍ବଦା ଅସମାପ୍ତ ରହିଥାଏ ।
ପ୍ରେମମୟ ହେଲେ ମନରେ ନଆସେ ବଡ ସାନ ନଥାଏ ତା
ସମୁଖେ ତଫାତ୍ ଆପଣା ପର
ଗୋପରେ ନନ୍ଦ ଘରେ,
ବାତ୍ସଲ୍ୟ ପ୍ରେମେ ଯଶୋଦା କିପରି
ବାନ୍ଧିଥିଲା କହ୍ନେଇକୁ ତାର ।
ଭୁଲି ଯାଇଛ କି କେଦାର-ଗୌରୀର ପ୍ରେମଗାଥା, ସେଇ
କୀର୍ତ୍ତି ଯାଇଛି ଅମର ରହି
ରୁଙ୍କ୍ମୁଣୀ-କୃଷ୍ଣଙ୍କ କାହାଣୀରେ ପ୍ରେମର ଧାର ସମସ୍ତଙ୍କର
ମନରେ ରହିଛି ଆଙ୍କି ହୋଇ l
କେବେ ଯଦି ପ୍ରିୟ ଅବା ପ୍ରିୟାର ମନ ଫାଟେ, କରିଥାଏ
ତାହା ହୃଦୟ ବନକୁ ଦହନ
ଏହା ତ ନିଶ୍ଚିତ ଅବ୍ୟକ୍ତ ଉଦାସପଣ, ସୀମାହୀନ ଅଟଇ
ତାହାର ମଧୁର ସମ୍ମୋହନ l
କାହା ମନରେ ଆସିପାରେ ବିଚିତ୍ର ଭାବନା ଅବା ଦହଗଞ୍ଜ
କିନ୍ତୁ ତାହା ତ ସଦା ପ୍ରେମର ସ୍ୱର
ପ୍ରେମ ତ ଆତ୍ମାର ବସନ୍ତ ମଳୟ, ନୂହେଁ ଅଦ୍ଭୁତ, କିନ୍ତୁ ତାର
ବିନା ଏକ ରୂପ ଦରଜ ହୃଦୟର l
ପ୍ରଥମ ପ୍ରେମ ଏପରି କଥା, ନଥାଏ ସେଥିରେ କେବେ କାମନା
ବାସନା ଅବା କିଛି ପାଇବାର ଆଶା
ନୂହେଁ କେବେ ଜାଲି, ତାହା କରେ ନର-ନାରୀ ଦୁଇ ଜଣକୁ
ମତୁଆଲା, ଆଣେ ମଧୁର ଭାଷା l
ପ୍ରେମ ନୂହେଁ କେବେ ଏହା କେଉଁ ମନିଷୀଙ୍କ ସୃଷ୍ଟି, ନୂହେଁ
କେବେ କାମନା ଅବା ବିକୃତି ମନ
ପ୍ରେମ ଏକ ନୈସର୍ଗିକ ଶବ୍ଦ, ଧୃବ ତାରା ସମ ଆତ୍ମାର
ସ୍ବତଃପୂର୍ତ୍ତ ସୁଧାମୟ ପ୍ଲାବନ l
ଯୁବ ପିଢ଼ି ଉଲ୍ଲସିତ ହୁଏ ଯେବେ ଫେବୃଆରୀ ଚଉଦ
ଆସଇ ବରଷେକେ ଥରେ,
ପାଳିଲେ ସେ ପ୍ରେମର ଦିବସ ପ୍ରେମୀ ଯୁଗଳ, ମତାନ୍ଧ
ବ୍ୟତିବ୍ୟସ୍ତ ହୁଅନ୍ତି କିଆଁ ମନରେ l
ହୃଦୟର ସ୍ପନ୍ଦନକୁ ଦେଖିବାର ଦୁର୍ବାର ଅଭିପ୍ସାକୁ ମତାନ୍ଧ
କି ଅନ୍ୟ କେହି ପଥରୋଧ କରି ପାରିବ
ପିତା ମାତା, ଭାଇ ଭଉଣୀ, ପ୍ରେମିକ ପ୍ରେମିକା ପ୍ରେମ ନିସ୍ବାର୍ଥ,
ନିସ୍କାମ, ପାର୍ଥିବ ସମ୍ପଦ ତାପରି କଣ ସରି ହେବ ।
ପ୍ରେମ ନୁହେଁ କାମନା, ପ୍ରେମ ନୁହେଁ ଏକ ମୋହ, ଜଗତ
ସମ୍ପର୍କର ନିସ୍କାମ ଭାବନାରେ ଆତଯାତ
ପ୍ରେମ ହିଁ ଆତ୍ମା, ପ୍ରେମ ପରମାତ୍ମା, ପ୍ରେମ ଅହିଂସା, ତେଣୁ
ପ୍ରେମକୁ ପାଆନ୍ତି ଭଲ ପ୍ରଭୁ ଜଗନ୍ନାଥ ।