STORYMIRROR

ABADHOOT PANDA

Romance Others

4  

ABADHOOT PANDA

Romance Others

ଶୀତ ସକାଳରୁ ରାତି

ଶୀତ ସକାଳରୁ ରାତି

2 mins
330

ସକାଳ ପହରୁ ସେଜ ଛାଡ଼ି ମୁହିଁ

ଆଗେଇ ଯାଏ ଚାଲି ପଡ଼ିଆକୁ ତହିଁ

ସକାଳ ଚଲା ଆଉ କସରତ ପାଇଁ

ଅଭ୍ୟାସ କରେ ମୁଁ ନିତି ଶୀତୁଆ

ସକାଳେ ଧାଇଁ l


ଘରକୁ ଫେରେ ହାତେ କିଣି ପରିବା

କ୍ଷୀର ପାକେଟ ପାଖ ବଜାରୁ,

ଘରଣୀଙ୍କ ହାତେ ଧରାଇ ବେଗଟା

ପଶେ ଯାଇ ଗାଧୁଆ ଘରେ ଡେରି

ନକରି ଜମାରୁ l


ତାଜା କରି ଦେହକୁ ଆଉ ମୁଣ୍ଡ

ମୋର ପୋଛି ତଉଲିଆରେ,

ଧୋତି ପିନ୍ଧି ପକେଇ ଚାଦର କାନ୍ଧେ

ଓହଃ ଓହଃ ଶବ୍ଦେ ଓଠ ଥରେଇ

ଥରି ଥରି ପଶେ ଯାଇ

ଠାକୁର ଘରେ l


ଫୁଲ ଚନ୍ଦନ ଚଢ଼େଇ ଦିଅଁଙ୍କୁ

ପାଏ ଭୋଗ ଆଉ ଆଚମନ

କରେ ଶାଳଗ୍ରାମ ଉଦକକୁ,

ଧୋତି ବଦଳେଇ ପ୍ୟାଣ୍ଟି

ସୁଇଟର ମଙ୍କି କ୍ୟାପ ପିନ୍ଧି

ଚାହିଁ ବସେ ଶ୍ରୀମତୀଙ୍କ ହାତକୁ l


ବଢ଼େଇ ଦିଅନ୍ତି ସେ ଚାହା ଫ୍ଲାସ୍କ

ଆଉ କପ ଆଉ ସିଝା ଅଣ୍ଡା ଦୁଇଟି

ବ୍ରେକଫାଷ୍ଟ ଟ୍ରେ ଉପରେ ରଖି,

ସେବନ କରି ମୁଁ ତାକୁ

ବୁଲେଉ ନିଏ ଟିକେ ମୋଆଖି

ଖବର କାଗଜେ ପୁରା ଟିକି ନିକି l


ପଢ଼ୁ ପଢ଼ୁ ଚାହୁଁ ଥାଏ ଖାଲି

ମୋବାଇଲ ଘଡ଼ିକୁ ଆଉ

ହାଣ୍ଡିଶାଳୁ ଶ୍ରୀମତୀଙ୍କ ଆଗମନକୁ,

ପହଞ୍ଚିଗଲେ ସେ ମୋ ଟେବୁଲ

ପାଶେ ଦେଇଦେଲେ ମୋତେ

ଓର୍ଟସ ଭରା ବେଲାଟିକୁ l


ଖାଇଦେଲି ସବୁ ଜଳଖିଆ ଆଉ

ପିନ୍ଧି ଡେଲି ସବୁ ଅଫିସ ପୋଷାକ

ଉପରେ ଢାଙ୍କି ମୋ ଶୀତ କୋଟ,

ଘରୁ ହେଲି ବାହାର ହ୍ୟାଣ୍ଡ ବ୍ୟାଗ

ଧରି ପୁରାଇ ସେଥିରେ ଟିଫିନ

କାରିଅର ଆଉ ଖଣ୍ଡେ ଦୁଇହଜାର

ଟଙ୍କିଆ ନୋଟ l


ବାଇକ ଚଢ଼ି ଚାଲିଲି ଅଫିସ ମୁହାଁ

ହୋଇ ହେଲମେଟ ପିନ୍ଧି ତୁରନ୍ତ,

କାମ କଲି ମନ ମୁନ ଦେଇ ଫିଡିଙ୍ଗ

କରି ଦେଲି ସବୁ ଡାଟା ଅଫୁରନ୍ତ l


ବାକିଆ କାମ ସାରୁ ସାରୁ ବାଜିଲା 

ରାତି ଦଶଟା ତାଲାମାରି କବାଟେ

ଧରାଇ ଦେଲି ଚାବି ପେନ୍ଥାଟି

ସିକୁରିଟି ଗାର୍ଡ ହାତେ,

ଷ୍ଟାର୍ଟ କରି ବାଇକ ମୋର ମେନ

ରୋଡ଼େ ଲାଇଟ ତେଜି ଦେଇ

ଧସାଇ ପଶିଲି ଶୀତୁଆ କୁହୁଡ଼ି

ଉହାଡ଼େ ଅବ୍ୟସ୍ତେ l


ଘରେ ପହଞ୍ଚି ନିତ୍ୟକର୍ମ ସାରି

ସ୍ପେଶାଲ କଫି କପେ କଲି ପାନ

ଶ୍ରୀମତୀଙ୍କ ହାତୁ ନକରି ହେଳା,

କ୍ଷୋଭ ଯୁକ୍ତ ସ୍ଵରେ ସେ ବଖାଣି

କଲେ ଅଭିଯୋଗ ମୋତେ କାହିଁକି

ନହେଲା ଏ ଯାଏଁ ତାଙ୍କ କୋଳ

ଭରା ଆଉ ବନ୍ଧ୍ୟା ଦୋଷ ନଗଲା l


ବୁଝାଇ ତାଙ୍କୁ ପାଖେ ବସାଇ ଆସ

ସାରିଦେବା ରାତି ଭୋଜନ ଏଇ

ପ୍ରଚଣ୍ଡ ଶୀତୁଆ ରାତିରେ,

ଶୋଇ ପଡ଼ି ସହଳ ପଲଙ୍କ ଉପରେ

ରେଜେଇ ତଳେ ମାତିଯିବା ଆସ 

ନୂଆ କୁଣିଆ ସୃଜନେ ଆମେ

ଭୋଳେ l 


ପ୍ରକୃତି ଦତ୍ତ ଋତୁଚର୍ଯ୍ୟା ଆମ ଶୀତ

ଋତୁ ନା ଡାକରା ମଦନ ରସ ପସରା

ଅନୁକୂଳ କରଣେ ମିଳନ ପ୍ରୟାସୀ

ନବ ଦମ୍ପତି ଗଣେ,

ଶୀତ ରାତି ଆଣେ ଅମୃତସମ ଏକତ୍ରି

କରଣ ଦୁଇ ତନୁ ମନର ବ୍ୟାକୁଳ

କୋଣେ ବ୍ୟାକୁଳ ପରାଣ ଆକର୍ଷଣେ l


ନ ପାହୁ ଏ ଶୀତ ରାତି ନ ମରୁ ଏ

ଭାବ ପ୍ରୀତି ଏଇ ସରଗ ତଳେ

ଭୁଇଁ ଉପରେ ଚିର କାଳ ପାଇଁ,

ଅତନୁ ପରିସର ବର୍ଦ୍ଧକ ରସିକ ମନ

ତୋଷକ ଆଦି ରସେ ପ୍ଲାବିତ

ରତି-ଶୟନେ ତୃପ୍ତି ପ୍ରଦାୟକ 

ଆମର ଏଇ ଶୀତ ରାତି ଗୋସାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance