STORYMIRROR

Ram Prasad Bisoi

Romance

3  

Ram Prasad Bisoi

Romance

ଆଉ ଗୋଟିଏ ଦିନ

ଆଉ ଗୋଟିଏ ଦିନ

1 min
14K


ପଥ ଯଦି ହୁଅନ୍ତା ଗତି,

ମନ ଯଦି ହୁଅନ୍ତା ମଳୟ,

ରତୁ ଯଦି ହୁଅନ୍ତା ବସନ୍ତ,

ଆକାଶ ଯଦି ହୁଅନ୍ତା ଆମ ଇଲାକା,

ପାହଡ ଯଦି ହୁଅନ୍ତା କଥା ହେଇ ନତମସ୍ତକ,

ସାଗର ଯଦି ହୁଅନ୍ତା ତମ ଓ ମୋ ହୃଦୟର ଗହନ କଥା,

ତମେ ହୁଅନ୍ତ ଶୁଆଟିଏ ମୁଁ ହୁଅନ୍ତି ସାରି,

ଦିନରେ ଖୋଜିଥାନ୍ତେ,

ଅସୀମ ଆକାଶ ତଳେ

ଜଣେ ଜଣକୁ ଭଲପାଇବାର ଦିଗନ୍ତ,

ରାତ୍ରିର ଘନ ଅନ୍ଧାରେ,

ତମ କଥା କୁହା ଆଖି,

ତମ ଅଧରର ଲାଳିମା,

ତମ ହୃଦୟର ସ୍ପନ୍ଦନ,

ତମ ଶରୀରର ଉଷ୍ଣତା,

ଖୋଜନ୍ତା ମତେ ନିତି,

ଆଉ ତମେ କୁହନ୍ତ,

ପ୍ରିୟତମ .......?.?.?

ରହିଗଲେ ହୁଅନ୍ତା ନି ଏମିତି

"ଆଉ ଗୋଟିଏ ଦିନ`''

କାଶ୍ୟପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance