STORYMIRROR

Basanti Pattnaik

Romance

3  

Basanti Pattnaik

Romance

ଏକାକୀ ଜୀବନେ

ଏକାକୀ ଜୀବନେ

1 min
187

     ତୁମେ ଗଲା ପରେ

           ମୁଁ ତ ଏକାକୀ ନାୟିକା

      ଜୀବନ ପଥ ଟା

            ଲାଗୁଛି ବନ୍ଦ ଏକ ରାସ୍ତା ।

      ଗୋଲାପ ଫୁଲ

            ଆଉ ଭଲ ଲାଗୁନି

      ଗଭାରେ ଖୋସିବାକୁ

             ଇଚ୍ଛା ତ ହ‌ଉନି ।

      ଶୃଙ୍ଗାର କରିବାକୁ

            ସୃହା ନାହିଁ ମନେ

      ସବୁତ ଅନ୍ଧକାର

            କାହିଁ ଲାଗେ ମୋତେ ।

      ତୁମରି ଚିନ୍ତା ରେ

            ଶୟନେ ଶୋଉଛି

      ଜାଗରଣେ ପୁଣି

             ତୁମକୁ ଝୁରୁଛି ।

     ମନେ ମୋତେ ଲାଗେ

           ପାଶେ ମୋ ରହିଛ

     ଅହରହ ତୁମେ

           ମୋତେ ହିଁ ଦେଖୁଛ

     ଏହି କଥା ଭାବି

            ସଜାଡି ବସେ ।

     ଗଭାରେ ପୁଣି 

           ଫୁଲ ଟି ଖୋସେ

    ଦର୍ପଣେ ମୁହଁ ଟି

            ନିରେଖି ଦେଖେ

     ତାହାରି ଭିତରେ

            ତୁମକୁ ଦେଖେ ।।


Rate this content
Log in

Similar oriya poem from Romance