STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ପ୍ରେମ କାଳଜୟୀ

ପ୍ରେମ କାଳଜୟୀ

1 min
107

ସୁବର୍ଣ୍ଣପୁରର  ବିକ୍ରମକେଶରୀ

  ପ୍ରଖ୍ୟାତ ଥିଲେ ରାଜନ

କନ୍ୟା ସୁକୁମାରୀ ନାମ ଶଶୀସେଣା

  ଅପୂର୍ବ ରୂପ ଲାବଣ୍ୟ ।


ଛୁଇଁଲା ବୟସ  ଷୋଳଟି ବସନ୍ତ

   ବିକଶିଲା ତନୁମନ

ମନେ ହୋଇ ଗୁଣି  ବରିଲା ସ୍ୱପତି

   ଅହିମାଣିକ୍ୟଟି ନାମ ।


ଶବର କୁଳର   ରାଜକୁମର ସେ

   ଧନୁର୍ଦ୍ଧର ବୀରବର

ଲାଖି ଯାଏ ଆଖି  ଅନିନ୍ଦ୍ୟ ସୁନ୍ଦର

   ଦିଶନ୍ତି କନ୍ଦର୍ପ ପ୍ରାୟ ।


ନାମ ଜ୍ଞାନ ଦେଇ  ରୂପସୀ ମାଲ୍ୟାଣୀ

   ତନ୍ତ୍ର ମନ୍ତ୍ର ବିଦ୍ୟା ବଳେ

ପ୍ରଲୋଭିତ କରି  ଅହିମାଣିକ୍ୟଙ୍କୁ

   ସ୍ୱଗୃହେ ଆବଦ୍ଧ କଲେ ।


ଦିନ ବେଳେ ମେଣ୍ଢା ରାତି ହେଲେ ଭେଣ୍ଡା

   କରି ତାଙ୍କୁ ମନ ମତେ

ମେଣ୍ଟାଉଥିଲା ସେ  କାମନା ବାସନା

   ସନ୍ତର୍ପଣେ ରାତିଅଧେ ।


ମାତା ସୁରେଶ୍ୱରୀ  କୁଳଦେବୀ ସ୍ମରୀ

   ବିଦୂଷୀ ରାଜକୁମାରୀ

ତାନ୍ତ୍ରିକା କବଳୁ  କରିଲେ ଉଦ୍ଧାର

   ପ୍ରେମ ସୁଖ ପତି ଶିରୀ ।


ପ୍ରେମ କାଳଜୟୀ  ଶାଶ୍ୱତ ସୁନ୍ଦର

   ପ୍ରେମ ଅଟେ ଚିରନ୍ତନ

ନିର୍ମିତ ସୁରମ୍ୟ  ନିମୁହିଁ ସ୍ମାରକୀ

   ଅଦ୍ୟାବଧି ବିଦ୍ୟମାନ ।


ଅବିଦ୍ୟା ଅସାଧ୍ୟ ତ୍ରିକୋଣୀୟ ପ୍ରେମ

   ପ୍ରେମ ତ୍ୟାଗ ସମର୍ପଣ

ଉତ୍କର୍ଷ ସାଧନ  ପ୍ରେମ ସୁକର୍ତ୍ତବ୍ୟ

   ପ୍ରେମମୂର୍ତ୍ତି ପୂର୍ଣ୍ଣକାମ ।



Rate this content
Log in

Similar oriya poem from Romance