STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

4  

ନାୟକ ଅକ୍ଷୟ ରାଜହସ୍ତୀ

Romance

ମୁଁ ଆଉ ସେ ଶୁଭ ସନ୍ଧ୍ୟା

ମୁଁ ଆଉ ସେ ଶୁଭ ସନ୍ଧ୍ୟା

1 min
202

ପଶ୍ଚିମ ଆକାଶ ରେ ସିନ୍ଦୂର ବୋଳା ର ବିଦାୟୀ ମୁହୂର୍ତ୍ତ

ପଶୁ ପକ୍ଷୀ ଙ୍କ ଘର ବାହୁଡ଼ା,

ମନ୍ଦିର ରେ ଘଣ୍ଟ ଶଙ୍ଖ ର ସ୍ବାଗତ ସଂକେତ,

ଗାଆଁ ଭାଗବତ ଟୁଙ୍ଗି ରେ ଗୋସେଇଁଙ୍କ ପ୍ରଥମ ପଦ

ନମଇଁ ନୃସିଂହ ଚରଣ ଆବୃତ୍ତି,

କୁଳ ବଧୂ ଟିଏ ତୁଳସୀ ଚଉରା ମୂଳେ ଦୀପ ଦେଲା ବେଳେ

ସ୍ରଷ୍ଟା ଙ୍କ ଅପୂର୍ବ ସୃଷ୍ଠି ସଂଗମକୁ ସମ୍ମାନ ଜଣାଇ

ଚଉକି ରୁ ଉଠି ପଡ଼ି କହିଲି "ଶୁଭ"

କିନ୍ତୁ ଏ କଣ ?

ଚାରି ଆଡେ଼ ଖାଲି ଅନ୍ଧାର

କିଛି ଦେଖି ପାରିନଥିଲି

କେବଳ ଅନୁଭବ କଲି ।

ଜଣେ ଅପରିଚିତାର ଉଷୁମ୍ ଆଲିଙ୍ଗନକୁ

ବିଭବ କଲି ଆତ୍ମୀୟତାର ଉଦ୍ଦୀପନାକୁ

ନାଆଁ ପଚାରିବାରୁ ହସି ହସି କହିଲା 

ମୋତେ ତମେ ଚିହ୍ନି ପାରୁନା

 ମୁଁ, ମୁଁ ସନ୍ଧ୍ୟା ,ମୁଁ ରାଣୀ

ମୋ ଲାଗି ଆରମ୍ଭ ଯୁଗ କାହାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance