STORYMIRROR

kamal kumar dash

Romance

4  

kamal kumar dash

Romance

ବରଷା ପଠାଇଥିଲି

ବରଷା ପଠାଇଥିଲି

1 min
21

ବରଷା ପଠାଇଥିଲି 


ବରଷା କୁ ତୁମେ ଭଲ ପାଅ ବୋଲି 

   ବରଷା ପଠାଇଥିଲି 

ଜାଣି ମୁଁ ନଥିଲି   ବରଷା କୁ ପାଇ 

   ମତେ ଭୁଲିଯିବ ବୋଲି (1)

ତୁମେତ ଭିଜୁଛ  ପ୍ରୀତି ବରଷା ର 

   ରିମଝିମ ଫୁଆରରେ 

ଭିଜିକି ନାଚୁଛ   ଗୀତ ବି ଗାଉଛ 

   ତୁମ ଘର ଅଗଣାରେ (2)

ଭଵିମୁଁ ପାରୁନି   କାହିଁକି କେଜାଣି 

    ଆଜି ତୁମେ ଏତେ ଦୂରେ 

ମୁଁ କିନ୍ତୁ ଭିଜୁଛି   ତତଲା କୋହର 

    ଏଠି ତୁମ ଶୂନ୍ୟ ତାରେ (3)

ଭାବୁଛି ଫେରିବ  ଟିକେ ହସିଦେବ 

    ବରଷା ଭିଜା ଓଠରେ 

ମୋ କବିତା ସବୁ  ପ୍ରୀତି ଫୁଲ ହୋଇ 

    ପଡିବ ଆମ ଉପରେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance