STORYMIRROR

Panchanan Jena

Romance

4  

Panchanan Jena

Romance

ଭଲ ପାଏ ବୋଲି

ଭଲ ପାଏ ବୋଲି

1 min
96

ଭଲ ପାଏ ବୋଲି ଆଷାଢ଼ ମୋ ପ୍ରୀୟା

       ଝରୁଥାଏ ଝିପି ଝିପି 

ଭିଜାଇ ଦିଏ ସେ ତରୁ ତୃଣ ମାଳ

       ପଣତ କାନିକୁ ଚିପି । ୧।

ଭଲ ପାଏ ବୋଲି ଶ୍ରାବଣ ମୋ ଶ୍ରୀୟା

       ବିରହେ ଝରାଏ ଲୁହ

ହୃଦୟ ତରଳା ଲୋତକେ ପଖାଳା

       ମନ ବତୁରା ସେ କୋହ ।୨।

ଭଲ ପାଏ ବୋଲି ବରଷା ମୋ ରାଣୀ

       ଋତୁପର୍ଣ୍ଣା ନୀଳତୃଷ୍ଣା

କାଦମ୍ବରୀ ବାସ୍ନା ମନେ ମୋ ମହକେ

       ରାସ୍ତା ଘାଟ ପ୍ରୀତି ବାସ୍ନା ।୩।

ଭଲ ପାଏ ବୋଲି କଦମ୍ବ ମୋ ଫୁଲ

        ଭସାଣି ମେଘର ଛାଇ

ସବୁଜ ପଣତେ ଓଢଣା ସହିତେ

       ଯୌବନ ଉଛୁଳା ନଈ ।୪।

ଭଲ ପାଏ ବୋଲି ବତୁରା ମୋ ମନ

     ଶ୍ୟାମଳ ଶସ୍ୟ କେଦାର

ଧରଣୀ ବୁକୁରେ ସଜେଇ ଧରିଛି

       ଅପୂର୍ବ ଶୋଭା ଭଣ୍ଡାର ।୫।

ଭଲ ପାଏ ବୋଲି ବଉଦ ମୋ ଜାୟା

  ..   ଅଂଗ ଭଂଗି ରଚେ ନୂଆ

କାଳିଆ ଘୁମର ବିଜୁଳି ସମ୍ଭାର

       କରେ ଆନମନା ହିଆ ।୬।

ଭଲ ପାଏ ବୋଲି ମୌସୁମୀ ମୋ କାୟା

      ଆଖିରେ ଲୁହର ବନ୍ୟା

ପର୍ବତ ଶିଖରେ କେଳି କସରତ

       ବରୁଣ ରାଜାର କନ୍ୟା ।୭।

ଭଲ ପାଏ ବୋଲି ମହେଶ ମୋ ଦେବ

 .  .    କାନ୍ଧରେ ବାହୁଙ୍ଗି ଧରି

ବୋଲେ ବୋଲବମ୍ କାଉଁରିଆ ଭାଇ

       ଶିବାଳୟ ଯାତ୍ରା କରି ।୮।

ଭଲ ପାଏ ବୋଲି କାଗଜ ମୋ ଡଙ୍ଗା

       ଉସେଇ ଦିଏ ଲଗନେ

ଖୁସିର ଝଲକ ଭିଜିବା ଦସ୍ତକ

         ପାଣି ଛାଟେ ଆନମନେ ।୯।

ଭଲ ପାଏ ବୋଲି ମୂର୍ଚ୍ଛନା ମୋ ଗୀତ

        ମହ୍ଲାର ରଚେ ବିହଙ୍ଗ

ନୀଳ ସିନ୍ଧୁ କୋଳେ ତରଳେ ତରଙ୍ଗେ

         ଖେଳେ ଜ୍ୟୋସ୍ନାର ଉମଙ୍ଗ ।୧୦।

ଭଲ ପାଏ ବୋଲି ଚଡ଼କ ମୋ ଗାଳି

       ବୋମା ଫୁଟା ଥରହର

ଅନୀତି ଅନ୍ୟାୟ ଦୁଷ୍କର୍ମ ପ୍ରଶ୍ରୟ

       ଘଡ଼ ଘଡ଼ି ଖଣ୍ଡାଧାର ।୧୧।

ଭଲ ପାଏ ବୋଲି ସବୁଜ ମୋ ରଙ୍ଗ

       ମନ ହୁଏ ମତୁଆଲା

ଆକାଶକୁ ଚାହିଁ ହୁଏ ହାଇଁ ପାଇଁ

        ନିଃସଙ୍ଗ ପ୍ରେମ ପିଆଲା।୧୨।

ଭଲ ପାଏ ବୋଲି ଭିଜିବା ମୋ ହବି

        ଆକ୍ତ।ମାକ୍ତା ସରସର

ମସ୍ତକୁ ତଳିପା ବହେ କାମରସ

         କାମନା ସିକ୍ତ ଅଧର ।୧୩।

ଭଲ ପାଏ ବୋଲି ମୟୂର ମୋ ପକ୍ଷୀ

 :      ନାଚିଥାଏ ଥେଇ ଥେଇ

ବରଷାର ଝପା ଚନ୍ଦନ ଟିପା

       ନିରାନନ୍ଦେ କୁଣ୍ଢେ ଯାଇ । ୧୪।

ଭଲ ପାଏ ବୋଲି ଧୀବର ମୋ ଭାଇ

     ଜାଲରେ ମୀନ ମାରଣ

ଜଳକେଳି କରେ ମନ ହରସରେ

     ସାର୍ଥକ ପ୍ରେମ ଧାରଣ । ୧୫।

ଭଲ ପାଏ ବୋଲି ନୀଳାଦ୍ରୀ ମୋ ଯାତ

     ଘୋଷଯାତ୍ରା ଶେଷ କରି

ରସଗୋଲା ଖୋଇ ଶ୍ରୀଙ୍କୁ ମନେଇ

    ଶ୍ରୀମନ୍ଦିରରେ ବିଜେ ଶ୍ରୀହରି ।୧୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance