ତୁମେ ତ ନର୍କରେ ଚହଳ
ତୁମେ ତ ନର୍କରେ ଚହଳ
ତୁମ
ମସୃଣ କାନ୍ଥରେ,
ଏଇ ଅର୍ବାଚୀନର
ଚିତ୍ରପଟ କାହିଁ....?
ତୁମ କାନ୍ଥ
ଆହୁରି ଚକ୍ ଚକ୍...
ହେଲେ,
ମୋ' ଚିତ୍ରପଟରେ କାଳିମା... !!
ସେଦିନ
କହିଥିଲ,...
ମୋ' ଚିତ୍ରରେ
ନୂଆ ରଙ୍ଗ ଭରିଦେଵ ।
ତୁମ କଅଁଳ ତୂଳିରେ
ତୁମ ହୃଦୟର ରଙ୍ଗ ଦେଇ
ମୋତେ ବର୍ଣ୍ଣାଢ୍ୟ କରିଦେବ...!
ସେଦିନ
ତୁମ କେଇ ପଦ
ମୋତେ
ଆକାଂକ୍ଷିତ
କରି ଦେଇଥିଲା... !
କଳ୍ପନାର ତାଜ୍ ଗଢିଥିଲି ।
ଆଜି
ସବୁ ଓଲଟା ଦେଖୁଛି ।
ତୁମ ଚିକ୍କଣ କାନ୍ଥରେ
ଆଉ କାହାର ପ୍ରତିଛବି... !
ଆଉ...
ମୋର ଚିତ୍ରପଟ
ଦୂର ଦିକ୍-ବଳୟରୁ ଛାଡ଼ୁଛି
ଖାଲି ବୁକୁଫଟା ଆର୍ତ୍ତ ଚିତ୍କାର !
ଆର୍ତ୍ତ ଚିତ୍କାର...
ତୁମପାଇଁ ନୁହଁ...
ମୋ' ସଂସ୍କାର ପାଇଁ...
ମୋ' ଅଭିଯାନ ପାଇଁ...
ତୁମେ ତ ନର୍କରେ ଚହଳ !