Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushanta Kumar Barik

Romance

4.0  

Sushanta Kumar Barik

Romance

ମୌସୁମୀ ବର୍ଷା

ମୌସୁମୀ ବର୍ଷା

1 min
130


ପ୍ରେମ ମରୁଭୂମି

ହୃଦୟ ମୋର,

ତୃଷ୍ଣାର୍ଥେ ଖୋଜି ବୁଲୁଥାଏ

କିଛି ପାଣି ବୁନ୍ଦା ର ଝର ।


ଗ୍ରୀଷ୍ମ ର ତାତି 

ହେଲାଣି ଅସହ୍ୟ ବୋଧ,

ତୃଷ୍ଣା ମେଣ୍ଟାଇବା ପାଇଁ

ଏ ହୃଦୟ ହୁଏ ଆତୁର।


ଘୂରି ବୁଲୁଥାଏ ଏ ହୃଦୟ,

ପୂର୍ବ ରୁ ପଶ୍ଚିମ

ଉତ୍ତର ରୁ ଦକ୍ଷିଣ,

ହେଲେ ସେ ସବୁ

ମରୀଚିକା ପ୍ରାୟ ।


ସତରେ,

ଅପେକ୍ଷା ର ଫଳ

ହୋଇ ଥାଏ ମିଠା,

କାରଣ,

ମନରେ ଥିଲା ମୋର ସେ ଭରସା

ଆସିବ ବୋଲି ତୁମେ

ଦିନେ ନା ଦିନେ ଏକା ।


ଆସି ଉଭା ହେଲ ତୁମେ

ମୌସୁମୀ ବର୍ଷା ର ଆସର ନେଇ,

ତୃଷ୍ଣାର୍ଥ ମରୁଭୂମି ହୃଦୟ କୁ

କରିଦେଲ ତୁମେ ଚିର ଜଳମଗ୍ନ ।


ଅପେକ୍ଷା ରେ ଥିବା,

ଆଶା ଅଭିଳାଷା କୁ

ଜଳ ଦେଇ କଲ ପୂୂରଣ,

ମେଣ୍ଟାଇଲ ତୃଷ୍ଣା ତୁମେ ମୋର

ହୋଇଗଲ ତୁମେ ମୋ ପାଇଁ ମହାନ।


ବର୍ଷା ତ ଟୋପା ଜଳ ବିନ୍ଦୁ

ହେଲେ କିନ୍ତୁ,

ହୃଦୟ ରେ ବସା ବାନ୍ଧି ରହିଗଲ

ମୌସୁମୀ ବର୍ଷା ର

ହୋଇ ଏକ ଜଳ ବିନ୍ଦୁ ।


Rate this content
Log in

Similar oriya poem from Romance