ମନେ ପଡ ତୁମେ
ମନେ ପଡ ତୁମେ
ବସିଛି ମୁଁ ଅପରାହ୍ନେ
ଗାଆଁ ପୋଖରୀ ପାହାଚେ,
ଶୁୁୁୁୁଣୁଛି ଚଢ଼େଇ ର ଶବ୍ଦ
ସଙ୍ଗେ,
କଟର୍,କିିିିଟିରି ବେଙ୍ଗ ର ଡାକ ॥
ଆସୁଛି ଦୂରୁ ଶୁଭି
କୋଇଲିର ସୁମଧୁର ଡାକ,
ଶୁୁୁଭେ ପୁଣି,
ପୋଖରୀ ସଂଲଗ୍ନେ ଥିବା,
ବଜାର ପାଖେ କମାର ଶାଳ ର
ଗରମ ଲୁହା କୁ ହାତୁଡିର ମାଡ ॥
ବାସ୍, ଏତିକି ଭିତରେ,
ହୃଦୟରେ ଘର କରିିିିଥିବା
ତୁମ କିଛି ସ୍ମୃତି
ହଠାତ୍ ମନେ ପଡ଼ିଯାଏ...॥
ଜାଣେ ନାହିଁ ମୁଁ,
ତୁମ ସ୍ମୃତି ରେ ଅଛି କି ନା ମୁଁ ??
ହେଲେ ତୁମ ସହ ବିତାଇଥିବା,
ସେହି ସମୟ ସୁଖ, ଦୁଃଖର,
ଭୁୁୁଲିବାକୁ ଚାହେଁ ହେଲେ,
ଭୁଲି ପାରେନା ନା ମୁଁ ॥
ଭୁଲିବାର ଅଭିପ୍ରାୟ ଏହି କି ଯେ,
ମନେ ପଡ ସ
ିନା ତୁମେ
କଷ୍ଟ ହୁଏ ଏ ହୃଦୟରେ,
ଯନ୍ତ୍ରଣା ଭେଦି ଯାଏ
ମୋ ସାରା ଶରୀରରେ ॥
ଜାଣେ ନାହିଁ ମୁଁ,
ଭୁୁୁଲ ହେଲା କି ମୋର,
ଦେଇଥିବା ତୁୁମକୁ
ପ୍ରେମ ପ୍ରସ୍ତାବ ମୋର ॥
ସତରେ,
ତୁୁମେ ମୋ ପାଇଁ
ଜଣେ ଉତ୍ତମ ବନ୍ଧୁ,
ବନ୍ଧୁତା'ର ମାନେ
ଶିଖିଛି ତୁମ ଠୁ॥
ଥରେ କହିିଥିବା,
ଡାକ୍ତରଖାନାର ଗୋଟେ ମଜା କଥା,
ମନେ ପକାଇ ହସୁଥାଏ,
ଭାବି ତୁୁମ ସେଇ କଥା ॥
କାହିଁକି, କେଜାଣି, କ'ଣ ପାଇଁ,
କିଛି ପ୍ରଶ୍ନ ଉଙ୍କି ମାରେ
ମୋ ହୃଦୟରେ !!
ବନ୍ଧୁତା ସମ୍ପର୍କକୁ ଦୂରତ୍ଵ ରଖି,
ଚାଲିଗଲ ତୁମେ କେଉଁ ଦିଗେ ??
କିନ୍ତୁ,
ତୁମ ସ୍ମୃତି ଥିବା ଯାଏଁ,
ମନେପଡୁ ଥିବ ତୁମେ ॥