STORYMIRROR

Sushanta Kumar Barik

Others

3  

Sushanta Kumar Barik

Others

ଜଟ ବେଡା

ଜଟ ବେଡା

1 min
102


ରୁଗ୍ଣ ପତଳା ଶରୀର ସାଙ୍ଗକୁ

ମେଞ୍ଚାଏ ଦାଢି ନିଶ ମୁହଁରେ ତା'ର,

ପୁଣି,

ମୁଣ୍ଡରେ ଧରିଛି

କୁଞ୍ଚୁ କୁଞ୍ଚିଆ ଜଟ ବାଳ ।


ଦେହେ ତା ପିନ୍ଧିଛି

ଚିରା ଫଟା ସ୍ପଟିଙ୍ଗ ଖଣ୍ଡେକୁ,

ପୁଣି,

ତଳକୁ ଓହୋଲି ଯାଉଥିବା

ଦଦରା ମଇଲା ପ୍ୟାଣ୍ଟ୍ ଖଣ୍ଡ ।


ସ୍ବଭାବରେ ଲାଗେ ସେ

ମାନସିକ ବିକାର ଗ୍ରସ୍ତ,

କେଜାଣି କୋଉଠୁ ଆସିଅଛି ସେ

ନାହିଁ ତାର କିଛି ପରିଚୟ ??


ମୁକ କି ସେ ବଧିର

ଜାଣି ହୁଏ ନା ତା ରୂପ ରେଖ,

କାରଣ,

ଦେଇ ନଥାଏ ସେ

ଭାଷାର କିଛି ବି ପରିଚୟ !!


କିନ୍ତୁ,

ଗୁଣୁ ଗୁଣୁ ସୁରେ

କଥା ହୋଇଥାଏ ନିିିଜେ 

ବୋଧେ ତା ନିଜ ଭିତରେ ।


ଭୋକିଲା ଲୋକ ହିଁ ଜାଣେ

ଭୋକର କଥା,

ନ ମିଳିଲେ କିଛି ଖାଇବା

ବେଟି ଖାଇଥାଏ ସେ,

ଫିଙ୍ଗା ହୋଇଥିବା ତଳେ 

ଅଇଁଠା ପତ୍ରର ବଳକା ଖାଇବା।


ଆଦରେ ଡାକନ୍ତି ସଭିଏଁ

ଜଟ ବେଡା ବୋଲି,

ଡାକିଲେ ଆସେ ସେ ପାଖକୁ

ଆହାଃ ଭାବି କିଛି ଲୋକ, 

ମୁଠାଏ ଖାଇବାକୁ ଦିଅନ୍ତି ତାକୁ।


ଛକରେ ଥିବା କିଛି

ବୁଲା କୁକୁରଙ୍କ ସଙ୍ଗେ

ସମ୍ପର୍କ ଗଢିଲା ସେ ବନ୍ଧୁର,

ଆଉଁସି ତାଙ୍କୁ ସ୍ନେହ ଆଦରେ

ବାଣ୍ଟିଥାଏ କିଛି ଖାଇବା ତା ନିଜର ।


ସତରେ ଏ ମଣିଷ ଭୁଲି ଯାଇଅଛି

ସୁଖ ସାଚ୍ଚ୍ବନ୍ଦର ଜୀବନ,

ଭୋଗୁଛି ନିତି ଦାରୁଣ କଷ୍ଟର ଜୀବନ ।


ଏଥି ପାଇଁ ଦାୟୀ କିଏ ସେ ,

ତା ପରିବାର, ବନ୍ଧୁବର୍ଗ, ନା ତା ପ୍ରେମିକା 

ପୁଣି ଆଉ କିଏ ସେ ??

 ବୋଧେ,

ତାକୁ ହିଁ ଜଣା ଏହାର କାରଣ କିି ସେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍