STORYMIRROR

Sushanta Kumar Barik

Inspirational Others

3  

Sushanta Kumar Barik

Inspirational Others

ପିତା ଏବଂ ମାତା

ପିତା ଏବଂ ମାତା

1 min
47

ସ୍ନେହ ମମତା'ର 

ସହିତେ କରିଥାଆନ୍ତି ଆଦର,

ଭୋକ ଉପାସରେ ରହି

ଅଳି ଅର୍ଦ୍ଦଳି କୁ କରିଥାଆନ୍ତି

ପୂରଣ ସନ୍ତାନଙ୍କର ।।


ଯେବେ ହୁଏ ସନ୍ତାନର ଦେହ ପିଡା

ହେଲେ କିନ୍ତୁ,

ଅଶ୍ରୁ ଝରି ପଡେ ଆଖିରୁ

ଯନ୍ତ୍ରଣା ଭେଦିଯାଏ

ତାଙ୍କ ଦେହ ସାରା ।।


କାରଣ, ଏତ ହୋଇଥାଏ

ସନ୍ତାନ ପ୍ରତି ଥିବା

ଗଭୀର ପ୍ରେମ, ସ୍ନେହ

ମମତା'ର ବନ୍ଧନର ଧାରା ।।


ନିଜ ସ୍ବପ୍ନ କୁ ହଜାଇ କୁଆଡେ଼,

ସେ ସ୍ବପ୍ନ ର ସାର୍ଥକତା ଦେଖି ଥାଆନ୍ତି

ନିଜ ସନ୍ତାନ ଭିତରେ,

ଅଜାଡ଼ି ଦିଅନ୍ତି କଷ୍ଟ ଉପାର୍ଜିତ ଫଳ

ପୂରଣ ହେବା ପାଇଁ ସ୍ବପ୍ନ ତାଙ୍କର ।।


ଯେବେ ହୁଏ ସନ୍ତାନ

ଉପହାସ, ଦୁୁଃଖୀ ସଙ୍ଗେ ଅଧୈର୍ଯ୍ୟ,

ସବୁଠାରୁ ତା ପାଇଁ ବଡ଼ ଔଷଧ 

ପିତା ମାତା ଦେଇଥାଆନ୍ତି

ପ୍ରେରଣା ସହ ଉପାୟ ।।


ସମୟକୁ କରିବା ପାଇଁ ସଦୁପଯୋଗ

ଏବଂ ଧୈର୍ଯ୍ୟବାନ ହେବା ସହ

ସମସ୍ୟାକୁ କରିବା ପାଇଁ ଦୂର, 

ଦେଇଥାଆନ୍ତି ଉପାୟ

ହେବା ପାଇଁ କର୍ମ ତତ୍ପର ।।


ହେଲେ ଏ ସଭ୍ୟ ସମାଜର କିଛି ସନ୍ତାନ

ଭୁଲି ଯାଇ ଥାଆନ୍ତି

ପିତା ମାତାଙ୍କ ସେ ଅବଦାନ,

ଦେଇଥାଆନ୍ତି ତାଙ୍କୁ ଅମାନବୀୟ ନିର୍ଯାତନା

ସଙ୍ଗେ ଗୃହରୁ କରିଥାଆନ୍ତି ବିତାଡିତ ।।


ଭଲ ମନ୍ଦ ଭିତରେ ଏଦୁନିଆରେ

ଅଛନ୍ତି କିଛି ଶ୍ରବଣ କୁମାର,

ନିର୍ଯ୍ୟାତିତ, ବିତାଡିତ ପିତା ମାତାଙ୍କୁ

ଦେଇଥାଆନ୍ତି ସ୍ନେହ ପ୍ରେମ ଏବଂ

କରି ଥାଆନ୍ତି ଆଦର ।।


ପୁଣି,

କରିଥାଆନ୍ତି ତାଙ୍କର ସେବା ଶୁଶ୍ରୁତା

କାରଣ, ସେମାନେ ହିଁ ବୁଝି ପାରିଛନ୍ତି ଯେ

ପିତା ମାତା ହିଁ

ଏ ଦୁନିଆର ଅଗ୍ରପୂଜ୍ୟ

ଜିଅନ୍ତା ଦେବତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational