STORYMIRROR

Sushanta Kumar Barik

Fantasy Others

4  

Sushanta Kumar Barik

Fantasy Others

ଏ ରାତି'ର ବର୍ଷା

ଏ ରାତି'ର ବର୍ଷା

1 min
46

ରାତି ପ୍ରାୟ ୧୦ଟା ବାଜି ୧୦ ମିନିଟ୍

ବସିଛି ମୁଁ ଅଗଣାରେ,

ଉପରକୁ ମୁହଁ ଟେକି ଦେଖିଲି

କଳା ବାଦଲ ଛାଇଁ ଯାଇଅଛି

ସାରା ଆକାଶରେ ।।


ସଅଁ ସଅଁ କରି ଆସୁଅଛି ବହି

ପବନର ଶୀତଳ ସୁଅ,

ଦୂରରୁୁୁ ଦିଶୁଅଛି

ବିଜୁଳି ଆଲୁଅର କିଛି ଦୃଶ୍ୟ

ପୁଣି, ଶୁଭିଲା କିଛି

ଘଡଘଡିର ହାଲକା ଶବ୍ଦ ।।


ହଠାତ୍ ଲାଇଟ ଚାଲିଗଲା

ପୁଣି ଆସି ଉଭା ହେଲା

ବୋଧେ,ଏ ଲାଇଟ୍

ଖେଳୁଛି ଆଜି

ଲୁଚକାଳିର ଖେଳ ।।


କିଛି ବର୍ଷା ଛିଟା ବିନ୍ଦୁ

ପଡି ମୋ ଦେହରେ,

କରିବାକୁ ଲାଗିଲେଣି

ଦେହକୁ ମୋର ଓଦା ।।


ଆହାଃ କି,ଏ ବର୍ଷାରେ ଭିଜିବା

ଲାଗୁଅଛି ମୋତେ

ଓଃହୋ କି ମଜା... ।।


ସତରେ ଏ ଜୀବନର

ମଜା ନେବାକୁ ହେଲେ

ଭିଜିବାକୁ ହେବ ଥରେ

ଏରାତିର ବର୍ଷାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy