ଆବିଷ୍କାର
ଆବିଷ୍କାର
ମୋ ନିଜକୁ ମୁଁ ନିଜେ
ଖୋଜୁଥିଲି
ଏ ଦୁନିଆ ସାରା
ଘୂରି ବୁଲିଛି କେତେ ଯେ
ଗାଆଁ, ସହର, ପାହାଡ଼ ପର୍ବତ
ପୁଣି ନଦୀ ଆଉ ଝରଣା ।।
ମନ ମସ୍ତିଷ୍କ ମୋର
ନ ଥିଲା ସ୍ଥିର
ଭାବି ବସୁଥିଲି ଖାଲି
ମୁଁ କିଏ ଆଉ
କାହା ପାଇଁ
ଏ ଜୀବନ ମୋର ।।
ହେଲେ ମୋ ଜୀବନର
ଏ ଚଳା ପଥରେ
କିଛି ଅପରିଚିତ ବ୍ୟକ୍ତି ବିଶେଷ
ହୋଇଗଲେ ମୋର
ଅତି ନିଜର
ବୋଧେ ଈଶ୍ବରଙ୍କ ଏହା
ମୋ ପାଇଁ ଆଶୀର୍ବାଦ ।।
ନିଜ କୁ ମୁଁ ଜାଣିବା ପାଇଁ
କଲି କିଛି ପ୍ରଶ୍ନ ତାଙ୍କୁ ମୋର
ଉତ୍ତର ଆସିଲା ତାଙ୍କର
ଘୂରି ବୁଲୁଛ କାହିଁକି ତୁମେ
ତୁମ ନିିିିଜ ଭିତରେ
ଥରେ ଦେଖ
ପାଇଯିବ ସବୁ
ତୁମ ପ୍ରଶ୍ନର ଉତ୍ତର ।।
ବାସ୍ତବରେ
ସମୟ କଲା ଚମତ୍କାର
ଆସିି ଉଭା ହେଲା
ମୋ ପାଖରେ ଅନେକ ଅବସର ।।
ହସି ଟିକେ ସ୍ମିତ ହାସ୍ୟ
କଲି ମୁଁ ତାକୁ ସୁସ୍ବାଗତ
ନିଜ କୁ ନିଜେ
କଲି ମୁଁ ଆବିଷ୍କାର ।।