STORYMIRROR

Sushanta Kumar Barik

Others

4  

Sushanta Kumar Barik

Others

ବନ୍ଧୁ

ବନ୍ଧୁ

1 min
35

ଏ ଜୀବନର ଚଲାପଥରେ

କେବେ, କେଉଁଠି, କିଏ

ଦେଖା ହୋଇଯାଏ

ବାସ୍ତବରେ, ତାହା ବୋଧେ

ଈଶ୍ବରଙ୍କ ଇଚ୍ଛା ଥାଏ ।।


ସମ୍ପର୍କର ଏ ମିଳାମିଶାରେ

ଅଚିହ୍ନା, ଅପରିଚିତ ଲୋକଟି

ଜାଣିବା ଆଗରୁ

ଅତି ନିଜର ହୋଇ ଯାଇଥାଏ ।।


ସେ ସମ୍ପର୍କରୁ ସୃଷ୍ଟି ହୁଏ

ବନ୍ଧୁତ୍ୱର ଭାବ,

ଧିରେ ଧିରେ ବଢିବାରେ ଲାଗେ

ପ୍ରେମ, ସ୍ନେହ, ଶ୍ରଦ୍ଧା ଏବଂ ଆଦର ।।


ବାସ୍ତବରେ, ମୋ ମତରେ

ଏ ଜୀବନରେ ଅନେକ ବନ୍ଧୁ ଥାଆନ୍ତି

ସେ ମଧ୍ୟରେ,

ପିତା, ମାତା ଏବଂ ଭାଇ, ଭଉଣୀ

ତା'ସହ ସାଙ୍ଗ ସାଥି ।।


ଆଉ ପୁଣି,

ସେହି ବନ୍ଧୁତ୍ବର

ଅଂଶୀଦାର ଭାବେ

ପ୍ରେମୀ, ପ୍ରେମିକା ମଧ୍ୟ

ଗଣା ହୋଇଥାଆନ୍ତି ।।


ବନ୍ଧୁତ୍ୱର ମାନେ ନୁହେଁ ଯେ

କିଛି କଥା ବାର୍ତ୍ତା ସଙ୍ଗେ

କିଛି ଥଟ୍ଟା ମଜା'ର

ହେବା ଭାଗିଦାର ।।


କାରଣ ଆମେ ଯଦି,

ନିଜେ ବନ୍ଧୁ'ର

ସୁୁଖ ଏବଂ ଦୁୁଃଖରେ

ସାମିଲ ହେବା,

ତେବେ ଯାଇ ଆମେ ନିଜକୁ

ଗୋଟିଏ ପ୍ରକୃତ ବନ୍ଧୁର

ପରିଚୟ ଦେଇପାରିବା ।।


ଜାଣେ ନାହିଁ ମୁଁ,

ବନ୍ଧୁ ହୋଇ ପାରେ

କାହା ପାଇଁ କିପରି

ହେଲେ କିନ୍ତୁ,

ମୋ ପାଇଁ ସେ

ସାହସ, ଧୈର୍ଯ୍ୟ ଏବଂ ପ୍ରେରଣାର

ମୋର ଜଣେ ପ୍ରିୟ ସାଥୀ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍