ମୋ ଗାଆଁ
ମୋ ଗାଆଁ


ରାଜ ରାସ୍ତା ରୁ
ଲମ୍ବି ଯାଇଅଛି
ଗାଆଁକୁ ମୋର ପକ୍କା ସଡକ,
ନାହିଁ ସେ ଯୁଗ
ଧୂଳି, ମାଟି, ମଟାଲର କଚ୍ଚା ସଡକ ।।
ଗାଆଁ ପରିବେଶ ମୋର
ଭାରି ସୁନ୍ଦର,
ପଶ୍ଚିମେ ବହଇ
ସାନ୍ଦୁୁୁଳ ନଦୀର ଧାର
ପୁଣି, ପୁରୁବେ ବହୁ ଅଛି
ବଡ଼ ଜୋର ନାଳ ।।
ଗାଆଁ ରେ ଅଛି ସଭିଙ୍କ ଠାରେ
ଭାଇ ବନ୍ଧୁ ସ୍ନେହ, ପ୍ରେମ ଭାବ,
ସୁଖ,ଦୁଃଖ ସଙ୍ଗେ ମେଳାଇ କାନ୍ଧ
ଚାଲି ଥାଆନ୍ତି ସଭିଏଁ ଏ ଜୀବନ ର ପଥ ।।
ଗାଆଁଁ ଯାତରା ହୁଏ ଚଇତି ଦଶହରା
ମାଆ ଗଙ୍ଗା ଦେବୀ ବାବୁରାୟ
ଆଉ ପୁୁୁୁୁୁଣି ହୁଏ,
ଯାକ ଜକମରେ
ମାଆ ଜଗତଜନନୀ ଦୁର୍ଗାଙ୍କ
ପୂଜା ମେଳା ଆସର ।।
ଗୋପି, ଜିଲ୍ଲା ବନ୍ଧ ସଙ୍ଗେ ଆଡକଟା,
ମନେ ପଡିିିିିି ଯାଏ ମୋ ପିଲାଦିନ
ଗାଧୁୁୁଆ ତୁଠ ର କଥା ।।
ସୋମବାର ପଡେ
ଗାଆଁ ରେ ମୋର ବଜାର ହାଟ,
ଭେଟ ଘାଟ ହୁଏ
ଚିହ୍ନା ପରିଚିତ ଆଖ ପାଖ
ଗାଆଁ ଲୋକଙ୍କ ସଙ୍ଗେ,
ବିତି ଯାଏ କିଛି ସମୟ
ହେଲେ କିଛି ସୁୁଖ ଦୁଃଖର ।।
ଏ ମାଟି ଜନମ ଦେଇଛି
କେତେ ଯେ ନର ନାରୀଙ୍କୁ
ହୋଇ ମହିିୟସୀ ମାଆ ତାଙ୍କର ।।
ଗଢି ତୋଳିଛି ଏ ମାଟି
ହେବା ପାଇଁ ଯୋଗ୍ୟତର,
କୃଷି ପାଇଁ କୃଷକ
ଶିକ୍ଷା ପାଇଁ ଶିକ୍ଷକ
ଦେଶ ସେବା ପାଇଁ
ବୀର ସୈନିକ,
ପୁଣି ଆହୁରି କେତେ ଅନେକ ।।
ଧନ୍ୟ ତତେ
ହେ ଗାଆଁ ମୋର,
ଏମିତି ତୋର ହୃଦ ଗୈାରବ
ବାନା ଉଡୁଥାଉ ହୋଇ ଫର ଫର ।।
ଧନ୍ୟ କରେ ପୁଣି,
ଜନମ ହୋଇଅଛି ଏ ମାଟିରେ ମୁହିଁ
ଏହା ମୋର ସୈାଭାଗ୍ୟ,
ସହସ୍ର ତତେ ଦଣ୍ଡବତ
ହେ ପ୍ରିୟ ଗାଆଁ ମୋର ।।