STORYMIRROR

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ପୂର୍ଣ୍ଣ ଇନ୍ଦୁ

ପୂର୍ଣ୍ଣ ଇନ୍ଦୁ

1 min
348


ନିକୁଞ୍ଜ କାନନ ନିତ୍ୟ ମଧୁବନ

ଉଦେ ଚନ୍ଦ୍ର ବୃନ୍ଦାବନ

ଚୁଆ ଓ ଚନ୍ଦନ ବାସେ ମହମହ

ରୁଣୁଝୁଣୁ ଶୁଭେ ସ୍ୱନ ।

ରାଈକିଶୋରୀଙ୍କ ପାଦ ଛନ୍ଦାୟିତ

ନିକ୍ୱଣ ମଧୁର ଧ୍ୱନି

ପୁକାରେ ମୂରଲୀ ଆସ ପ୍ରିୟତମା

ପ୍ରାଣ ପ୍ରିୟା ରାଧାରାଣୀ ।

ମଧୁର ମିଳନ ବସନ୍ତ ଉତ୍ସବ

ରଙ୍ଗର ପରବ ହୋରି

ବୋଳିହେବି ମୁହେଁ ଅବିର ପରାଗ

ପିଚକାରୀ ଦେବି ମାରି ।

ନାଲି ନେଳି ଗାଢ଼ ସବୁଜ ବର୍ଣ୍ଣରେ

ଇନ୍ଦ୍ରଧନୁ ସପ୍ତରଙ୍ଗ

ନାଚି ଉଠିବ ମୋ ମନର ମୟୂରୀ

ପ୍ରେମାନନ୍ଦେ ଅନୁରାଗ ।

ଜାଗୁ ମଧୁମାସ ଫଗୁଣ ଦୋଳରେ

ପ୍ରେମ ପ୍ରୀତି ସୁଧା ମଧୁ

ଯୁଗଳ ମିଳନେ ବରଷୁ ଅମୃତ

ଉଦେ ହୁଅ ପୂର୍ଣ୍ଣ ଇନ୍ଦୁ ।

ଆନନ୍ଦ ଉଲ୍ଲାସେ ପ୍ରିୟପ୍ରିୟା ରାସେ

ହସି ଉଠୁ ଦଶଦିଶ

ଝଙ୍କୃତ ହେଉ ପ୍ରତି ପ୍ରାଣ କୋଣେ

ପବିତ୍ର ପ୍ରେମ ନିର୍ଯ୍ୟାସ ।

ସମର୍ପିତ ଯହିଁ ନୈବେଦ୍ୟ ଅପୂର୍ବ

ପ୍ରେମ ବିଭୁ ପାଦପଦ୍ମେ

ସ୍ୱର୍ଗଠାରୁ ବଳି ମର୍ତ୍ତ୍ୟେ ପ୍ରେମ ସୁଖ

ଜୟ ପ୍ରେମ ମୂର୍ତ୍ତି ବନ୍ଦେ ।

 


Rate this content
Log in

Similar oriya poem from Romance