ମୋ ପ୍ରିୟା ଶ୍ରାବଣୀ
ମୋ ପ୍ରିୟା ଶ୍ରାବଣୀ


ଶ୍ରାବଣ ଆକାଶୁ ଶ୍ରାବଣୀ ଝରୁଛି
ସିକ୍ତ ହେଉଅଛି ଧରା
ଶ୍ରାବଣୀ ପରଶେ ମୋ ପ୍ରିୟା ଶ୍ରାବଣୀ
ସୁକୋମଳ ତନୁ ତୋରା ।।
ସମୀର ଭରୁଛି ମିଠା ଶିହରଣ
ସୁନୟନା ହୃଦୟରେ
ଷୋଡଶୀ ଭିଜୁଛି ଉଲ୍ଲସିତ ହୋଇ
ସବୁଜିମା ବଗିଚାରେ ।
ସଦ୍ୟସ୍ନାତା ଶୋଭା ଲଙ୍ଘିବାକୁ ସୀମା
ସମ୍ମୋହିତ କରିଦେଇ
ଶୃଙ୍ଗାର ରସରେ ହୃଦୟ ଭରୁଛି
ସପନରେ ହଜେ ମୁହିଁ ।
ସପ୍ତସ୍ୱରା ଛନ୍ଦେ ନାଚୁଛି ସଜନୀ
ସ୍ମିତହାସ୍ୟ ଓଠେ ମାଖି
ସପ୍ତପର୍ଣ୍ଣୀ ପରି ଝାଉଁଳି ଯାଉଛି
ସମ୍ମୁଖରେ ମୋତେ ଦେଖି ।
ଶତଭୀରୁ ତା'ର ଗଭାରେ ଶୋହୁଛି
ସୁଗନ୍ଧିତ ଯଉବନ
ଶୂନ୍ୟ ହୃଦୟରେ ପ୍ରୀତି ସୁଧା ଢ଼ାଳି
ସାଥି ହେବ କୋଉ ଦିନ