STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ପକ୍ଷହୀନ ପ୍ରଜାପତି

ପକ୍ଷହୀନ ପ୍ରଜାପତି

1 min
250

ସେତ କାହିଁ କେତେ ଦୂରେ ସ୍ପନ୍ଦିତ ହେଉଛି, 

କିନ୍ତୁ ,

ଏ ହୃଦୟ ମୋର କାହିଁ ବ୍ୟତିବ୍ୟସ୍ତ ହୋଉଛି 

ତା ଆତ୍ମାକୁ ବୋଧେ ସେ ମୋତେ ଦେଇଛିତେଣୁ,

ତା କ୍ଷତ ର ଜ୍ୱାଳା ରେ ମୁଁ ଜର୍ଜରିତ ଆଜି ।


ସେତ ନିଜ ସ୍ଥିତି ସହ ମନର ସୌଦା କରିଛି ,

କିନ୍ତୁ ,

ସମୟର ସ୍ରୋତ କାହିଁ ମୋତେ ବିବ୍ରତ କରୁଛି 

ତା ସ୍ୱପ୍ନ କୁ ବୋଧେ କିଏ ଶର ବିଧ କରିଛିତେଣୁ, 

ତା ପ୍ରହାର ପ୍ରଭାବେ ମୁଁ ଅଥୟ ଅଛି। 


ସେତ ଅଙ୍କାବଙ୍କା ଅଧ୍ୱର ନିଜକୁ କୁଟାଖିଅ ଭାବୁଛି 

କିନ୍ତୁ 

ସେ ପଥର ସ୍ମୃତି ସବୁ କାହିଁ ମୋ ଠିଁ କଟୁକ୍ତି ବଢୁଛି 

ତା ଜୀବନ ଯାନେ ତ ଜ୍ଞାନ ର ଇନ୍ଧନ  ଅଛି 

ପୁଣି କାହିଁ ସେ ନିଜକୁ ଏକାକୀ ମଣୁଛି।


ହଁ, ମୁଁ ଜାଣେ,

ସେ ଲୁହ ପିଇ ଖୁସି ର କିଆରୀ କରୁଛି 

କିନ୍ତୁ 

ଏକ ନିରୁପାୟ ଦୁହିତା କିବାକି ସହାୟ ହୋଇବ ଭାବୁଛି 

ଅସହାୟ ଅବସ୍ଥାରେ ମୁଁ ଯେ ଥୟ ହୋଇ ଅଛି 

କ୍ଷମା କର ସାଥି ମୋତେ ,

ମୁଁ ପକ୍ଷହୀନ ପ୍ରଜାପତି ପାଲଟିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance