STORYMIRROR

Dr Simant Kumar Nanda

Romance

3  

Dr Simant Kumar Nanda

Romance

ପ୍ରେମ ତା'ର କେତେ ରୂପ

ପ୍ରେମ ତା'ର କେତେ ରୂପ

1 min
128


ବିଚିତ୍ର ବିନ୍ଧାଣୀ ଗଢିଛି ବିଶ୍ଵକୁ,

ବିଚିତ୍ରତା ତାର କାମ,

ସେ ବିଚିତ୍ର ମଧ୍ୟେ ମାନବ ସର୍ଜନା,

ସବୁଠୁ ବିଚିତ୍ର ପ୍ରେମ।


ମଣିଷ ଭିତରେ ସେତିକି ଦେଇଛି

ବଞ୍ଚିବାର ଗୋଟେରାହା,

ପିତା ମାତା ସ୍ନେହ ବନ୍ଧନ ସହିତ

ଆଉରହିଗଲା ଯାହା ।


ପ୍ରେମର ବିରହ ଭୋଗିଛି ଯିଏ ସେ,

କଷଣ ତାହାକୁ ଜଣା,

ପ୍ରେମର ପରଶ କରିଦିଏ କା'ରେ,

କାହିଁ କେତେ ବାଟ ବଣା।


ପ୍ରେମ ନୁହେଁ ଖାଲି ଅଢେଇ ଅକ୍ଷର,

ଜୀବନ ପଥର ଦ୍ଵାର,

ସେ ଜୀବନ ପଥେ ଦୈହିକ କାମନା

ହୁଏ ନାହିଁ କାରବାର।


ମନର ମିଳନ ହୃଦୟ ମିଳନ,

ଅନ୍ତର ଦହଇ ଦିଏ,

ଦୁଇଗୋଟି ଆତ୍ମା ଏକାକାର ହୋଇ

ପରମାତ୍ମା ପାଶେ ଯାଏ।


ଯାଅ ପଛେ ଭୁଲି, କରିବନି ପର

ଆସୁ ପଛେ ଯେତେ କଷ୍ଟ

ବ୍ୟର୍ଥ ହୋଇବନି,ଶୁଭ ଏ ସମ୍ପର୍କ

ସାହା ଜଗତର ଇଷ୍ଟ ।


ସକାଳୁ ସକାଳୁ ତୁମ କଥା ଆଜି,

ଅନେକ ପଡ଼ିଲା ମନ,

ସେଥିପାଇଁ ଏତେ କଥା କହିଦେଲି

ଶୁଣିବାକୁ ତୁମ କାନ।


ଭଲ ଭାବ ଅବା ମନ୍ଦ ଭାବ ତୁମେ,

ସେଥିକି ନାହିଁ ମୋ ଦକ,

ଭାବରେ ଭାବରେ, ଭାବନା ମଧ୍ୟରେ,

ତୁମେ ମୋର ପାଖ ଲୋକ।


ଅଦେଖା ଅଚିହ୍ନା ସମ୍ପର୍କ ଯଦି ବା 

ହୋଇପାରେ ଏତେ ଦୃଢ଼,

ଏ ସମ୍ପର୍କରେ କଳା ଦାଗ ଲଗାଇଲେ,

ସେ,ମଣିଷ ଅଟେ ମୁଢ଼।


ଜଗନ୍ନାଥଙ୍କୁ କି' ଜୀବନ୍ତ ଦେଖିଛେ,

କିଆଁ ଏତେ ଭରେ ଭାବ,

ସେଇ ଭାବ ପୀରତି ହୃଦୟେ ଫୁଟିଲେ,

ଶାଶ୍ଵତ ସମ୍ପର୍କ ଲାଭ ।


ତୁମେ ଯଦି କିଛିରଖିଛ ସାଇତି,

କାହାକୁ ଦବାର ପାଇଁ,

ନ ଦେଇ ପାରିଲେ ଆପେ ଆପେ ତାହା

ତା ହୃଦେ ପହଞ୍ଚେ ଯାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance